ଆସନ୍ତା ୫ରେ ଦିଲ୍ଲୀ ଯିବେ କଂଗ୍ରେସ ବିଧାୟକ

ଜୋର୍ ଧରିଲା କଂଗ୍ରେସର ପିସିସି ସଭାପତି ଚୟନ ପ୍ରକ୍ରିୟା

0

ଭୁବନେଶ୍ଵର, ୩/୫:  କଂଗ୍ରେସର ପିସିସି ସଭାପତି ଚୟନ ପ୍ରକ୍ରିୟା ତ୍ବରାନ୍ବିତ ହେଉଛି। ଓଡ଼ିଶାର ସମସ୍ତ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକିଛନ୍ତି ଦଳର ହାଇକମାଣ୍ଡ୍‌। ସମସ୍ତ ବିଧାୟକଙ୍କୁ ଆସନ୍ତା ୫ ତାରିଖରେ ଦିଲ୍ଲୀ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାହୁଲ ଗାନ୍ଧୀ ସବୁ ବିଧାୟକଙ୍କୁ ଭେଟି ଆଲୋଚନା କରିବେ। ଏନେଇ ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି। ଓଡ଼ିଶା କଂଗ୍ରେସର ନୂଆ ମୁଖିଆ କିଏ ହେବ,  ଏନେଇ କଂଗ୍ରେସର ଅଙ୍କ ଛିଡ଼ୁ ନଥିବା ବେଳେ ନେତାଙ୍କ ଭିତରେ ବଢ଼ୁଛି ଦଳୀୟ କନ୍ଦଳ। ଯାହାକି ଏବେ ବାଟରେ ପଡ଼ି ଘାଟରେ ଗଡ଼ିଲାଣି। ଏହି ଖବର ଏବେ ହାଇକମାଣ୍ଡଙ୍କ ନିକଟରେ ପହଞ୍ଚିଛି। ଏହାର ସମାଧାନ ପାଇଁ ବିଧାୟକମାନଙ୍କୁ ଦିଲ୍ଲୀ ଡକରା ହୋଇଥିବା ଚର୍ଚ୍ଚା ଜୋର୍ ଧରିଛି। ରାହୁଲ ଗାନ୍ଧୀ ରାଜ୍ୟରେ ଦଳର ସ୍ଥିତି ନେଇ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି ତେବେ ରାହୁଲ ଗାନ୍ଧୀଙ୍କ ଆଲୋଚନା ପରେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଥମିବ ନା ବଢ଼ିବ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.