ସୋଆରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ କର୍ମଶାଳା

0

ଭୁବନେଶ୍ୱର, ୧୩/୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି ଭାରତୀୟ ଜ୍ଞାନ ପରମ୍ପରାର ସଂଯୋଜକ ପ୍ରଫେସର ଜି. ଏସ୍ ମୂର୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପିପିଟି ପ୍ରେଜେନ୍‌ଟେସନ୍ ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେକାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପ୍ରଫେସର ମୂର୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ

ଏହି କର୍ମଶାଳାରେ ସୋଆର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନ୍‌ଏସ୍‌ଏସ୍‌ର ରିଜିଓନାଲ ଡାଇରେକ୍ଟର ସରିତା ପଟେଲ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ ପ୍ରଫେସର ବସନ୍ତ ପଣ୍ଡା ଜ୍ଞାନର ପିରଭାଷାକୁ ବିଭିନ୍ନ ସ୍କନ୍ଦ ପୁରାଣର ଶ୍ଳୋକ ମାଧ୍ୟମରେ ବାଖ୍ୟା କରିଥିଲେ

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଏବଂ ସୋଆର ଲେକ୍‌ଚର୍ସ ପ୍ରୋଗ୍ରାମ ଅଫିସର ଓ ଆଇକେଏସ୍‌ରେ ଇନ୍‌ଟର୍ନ୍‌ସିପ୍ କରୁଥିବା ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମକୁ ଆଉଟି୍‌ରିଚ୍‌ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା. କେ ଶର୍ମା ପରିଚାଳନା କରିଥିଲେ

Leave A Reply

Your email address will not be published.