୧ ଘଣ୍ଟା ୧୩ ମିନିଟ ଧରି ଦୃଶ୍ୟମାନ ହେଲା ଚନ୍ଦ୍ରଗ୍ରହଣ

0

ଭୁବନେଶ୍ୱର, ୮।୧୧: ମହାକାଶରେ ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ ସହ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ସମୁଦାୟ ୧ ଘଣ୍ଟା ୧୨ ମିନଟ୍ ୪୮ ସେକଣ୍ଡ ଧରି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଥିଲା। ରାଜଧାନୀ ଭୁବନେଶ୍ୱରରେ ଏହା ସନ୍ଧ୍ୟା ୫ଟା ୪୬ ମିନିଟ୍‌ରୁ ଦୃଶ୍ୟମାନ ହୋଇଥିଲା। କେଉଁଠି ଆଂଶିକ ତ କେଉଁଠି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ପାଇଥିଲେ ଲୋକେ। କେଉଁଠି ଏହାକୁ ଲୋକେ ଖାଲି ଆଖିରେ ଦେଖିଥିବା ବେଳେ ଆଉ କେଉଁଠି ହୋଇଥିଲା ଟେଲିସ୍କୋପର ବ୍ୟବସ୍ଥା।

ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, କୋରାପୁଟ ଓ ସମ୍ବଲପୁରରେ ବି ଦୃଶ୍ୟମାନ ହୋଇଥିଲା ଚନ୍ଦ୍ର ଗ୍ରହଣ। ସେହିପରି ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକାର କିଛି ଅଂଶ ସହ ଏସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ବି ଚନ୍ଦ୍ର ଗ୍ରହଣ ସ୍ପଷ୍ଟ ଦୃଶ୍ୟମାନ ହୋଇଛି। ସେପଟେ ୩ ବର୍ଷ ପରେ ପୁଣି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ। ତେବେ ତାପୂର୍ବରୁ ଆସନ୍ତା ବର୍ଷ ମେ ୫ ଓ ଅକ୍ଟୋବର ୨୮ରେ ଆଂଶିକ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ।

Leave A Reply

Your email address will not be published.