ପୁରୁଷ ହକି ବିଶ୍ଵକପ: ୯ଟି ହୋଟେଲରେ ରହିବେ ଖେଳାଳି: ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିସିପି

0

ଭୁବନେଶ୍ବର, ୩୦/୧୨ : ଆସନ୍ତା ଜାନୁଆରୀ ୧୩ରୁ ୨୯ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବ “ଏଫ୍ଆଇଏଚ ହକି ପୁରୁଷ ବିଶ୍ଵକପ-୨୦୨୩” । ଏହାକୁ ଆଖିରେ ରଖି କମିଶନରେଟ ପୁଲିସ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏହିକ୍ରମରେ ଭୁବନେଶ୍ଵର ଡିସିପି ପ୍ରତୀକ ସିଂ ଶୁକ୍ରବାର ଭୁବନେଶ୍ଵରରେ ଥିବା ବିଭିନ୍ନ ହୋଟେଲ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ।

ଏହି ସମୟରେ ଡିସିପି ଶ୍ରୀ ସିଂ ହୋଟେଲର ପରିଚାଳକମାନଙ୍କ ସହ ହୋଟେଲରେ କିପରି ଖେଳାଳିମାନେ ସୁବିଧାରେ ରହିବେ ଏବଂ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କର ଖେଳାଳିମାନଙ୍କ ପ୍ରତି କିପରି ଦାୟିତ୍ୱ ରହିବ ସେ ନେଇ ହୋଟେଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।

ଭୁବନେଶ୍ଵରର ୯ଟି ହୋଟେଲରେ ଖେଳାଳିମାନେ ରହିବାର ବ୍ୟବସ୍ଥା କରାଯାଇଛି ।  ଖେଳାଳିମାନେ ରହିଥିବା ପ୍ରତ୍ୟକ ହୋଟେଲରେ ଜଣେ ଲେଖାଏଁ  ଡିଏସପି ତତ୍ତ୍ବାବଧାନରେ ୩ଜଣ ଇନ୍ସପେକ୍ଟର, ୬ଜଣ ସବ-ଇନ୍ସପେକ୍ଟର/ ଆସିଷ୍ଟାଣ୍ଡ ସବ-ଇନ୍ସପେକ୍ଟର, ୩ ଜଣ ସିଗନାଲ୍ ଆସିଷ୍ଟାଣ୍ଡ, ସବ-ଇନ୍ସପେକ୍ଟର, ଏପିଆର -୬, ୨ ପ୍ଲାଟୁନ ଫୋର୍ସ, ହୋମ୍ ଗାର୍ଡ ୩ଜଣ ୨୪ଘଣ୍ଟିଆ ସୁରକ୍ଷା ଦାୟିତ୍ୱରେ ରହିବେ ।

ହୋଟେଲରେ ରହିବାବେଳେ ଖେଳାଳିମାନଙ୍କ ସହିତ ହୋଟେଲର କର୍ମଚାରୀମାନଙ୍କର କିପରି ଉତ୍ତମ ବ୍ୟବହାର ରହିବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରି କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.