ଫେବୃଆରି ୧ରୁ ଆନ୍ଦୋଳନକୁ ଓହ୍ଲାଇବ ଓମ୍‌ସା

0

ଭୁବନେଶ୍ୱର,୧୨/୦୧: ଫେବୃଆରି ୧ରୁ ଓଡ଼ିଶା ମେଡିକାଲ ସର୍ଭିସ୍‌ ଆସୋସିଏସନ୍‌ (ଓମ୍‌ସା) ଡାକ୍ତର ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଓମ୍‌ସା ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓମ୍‌ସା ସଭାପତି ଡାକ୍ତର ନାରାୟଣ ରାଉତ କହିଛନ୍ତି, ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କ ପାଖରେ ଦାବି କରାଯାଇଛି । ହେଲେ ଓମ୍‌ସା ଦାବି ପୂରଣ ଦିଗରେ ରାଜ୍ୟ ସରକାର ଆନ୍ତରିକତା ଦେଖାଇଲେ ନାହିଁ । ଗତ ୩ବର୍ଷରେ ତିନି ଜଣ ସ୍ୱାସ୍ଥ୍ୟ ସଚିବ ବଦଳିଲେଣି । ସେମାନେ କେହି ଦାବି ପୂରଣ ଦିଗରେ ପଦକ୍ଷେପ ନେଲେନି । ତେଣୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବାର ନିଷ୍ପତ୍ତି ନିଆଗଲା ।

ଡାକ୍ତର ରାଉତ କହିଛନ୍ତି, ସମସ୍ତ ଦାବି ନେଇ ୧୬ ଜାନୁଆରୀରୁ ଓମ୍‌ସା ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପରି ନେଇଥିଲା । ଯେହେତୁ ଜାନୁୟାରୀ ୧୩ ତାରିଖରୁ ବିଶ୍ୱକପ୍‌ ହକି ଓଡ଼ିଶାରେ ଆୟୋଜନ ହେଉଛି । ଏହା ଓଡ଼ିଶା ଗର୍ବ ଓ ଗୌରବ ହୋଇଥିବାରୁ ଏହାକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଫେବ୍ରୁଆରୀ ୧ରୁ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବ । ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ବିଶ୍ୱଜିତ ସାମଲ୍‌, ଡା. ସଞ୍ଜୀବ ପ୍ରାଧନ, ଡା. କ୍ଷେତ୍ରମୋହନ କାଣ୍ଡ, ଡା. ମାନସ ରଞ୍ଜନ ପାଣି, ଡା. ପ୍ରଶାନ୍ତ କୁମାର ମହାପାତ୍ର ଓ ଡା. ଆଶିଷ ଦିକ୍ଷୀତ୍‌ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.