ବର୍ଷକ ଭିତରେ ଜିଲ୍ଲା ମାନ୍ୟତା ପାଇବ ପଦ୍ମପୁର : ନବୀନ

0

ବରଗଡ଼, ୧୯/୦୨: ବରଗଡ଼ ଝାରବନ୍ଧରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷକ ଭିତରେ ଜିଲ୍ଲା ମାନ୍ୟତା ପାଇବ ପଦ୍ମପୁର । ନୂଆ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ଝାରବନ୍ଧ ପୁନର୍ବାର ଆସି ବହୁତ ଖୁସି ଥିବା ବେଳେ ଲୋକଙ୍କ ଭଲପାଇବା ଆଗରେ ସେ ଋଣି ଥିବା ନିଜ ସମ୍ୱୋଧନରେ କହିଛନ୍ତି । ମିଶନ ଶକ୍ତି ମାଆମାନେ ଭଲ କାମ କରୁଥିବା ମଧ୍ୟ କହିଛନ୍ତି । ମିଶନ ଶକ୍ତିରେ ଥିବା ମହିଳାମାନଙ୍କୁ ୧.୨୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପଦ୍ମପୁର ଉପନିର୍ବାଚନ ବେଳେ ଜିଲ୍ଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ପ୍ରସ୍ତୁତି ।

ପଦ୍ମପୁର ଉପ ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜେଡି ପ୍ରାର୍ଥୀଙ୍କ ବିଜୟୀ ହେବା ପରେ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଦ୍ମପୁର ଗସ୍ତରେ ଆସିଥିଲେ । ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ତୋଫାନୀ ଗସ୍ତରେ ଆସି ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଝାରବନ୍ଧ ,ପାଇକମାଳ ଓ ପଦ୍ମପୁରରେ ତିନୋଟି ଜନସଭାରେ ଯୋଗ ଦେଇ ସମବେଶ ଜନତାଙ୍କୁ ଉଦବୋଧନ ଦେଇଥିଲେ । ଭୁବନେଶ୍ୱରରୁ ଏକ ସ୍ଵତନ୍ତ୍ର ହେଲିକେପ୍ଟର ଯୋଗେ ସ୍ଥାନୀୟ ସତିଭଟା ଏୟାର ଷ୍ଟ୍ରିପରେ ଦିନ ୧୧ ଘଟିକା ସମୟରେ ଅବତରଣ କରି ସେଠାରୁ ଝାରବନ୍ଧ ଅଭିମୁଖେ ଯାତ୍ରା କରି ୧୧.୪୦ରେ ସଭାସ୍ଥଳ ଶକ୍ତି ଛକରେ ପହଞ୍ଚିଥିଲେ ।

ସେଠାରେ ଥିବା ଜନ ସମାବେଶରେ ଯୋଗ ଦେଇ ବ୍ଲକ୍ ପାଇଁ ନିର୍ଦ୍ଧାରିତ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରଥମେ ଜୟ ପ୍ରଭୁ ନୃସିଂହନାଥରୁ ନିଜ ବକ୍ତବ୍ୟ ଆରମ୍ଭ କରି ଗତ ଉପ ନିର୍ବାଚନ ସମୟର ପ୍ରତିଶ୍ରୁତି ପାଳନ କରି ସମସ୍ତ ଜନତାଙ୍କ ପାଇଁ ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପର ଉଦଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଆସିଥିବା ଉଦବୋଧନରେ କହିଥିଲେ । ଏଥିସହ ସେ କହିଥିଲେ ଯେ ଝାରବନ୍ଧ ବ୍ଲକର ପ୍ରତ୍ୟେକ ପଞ୍ଚାୟତ ପାଇଁ ଏକ କୋଟି ଟଙ୍କାର ଅନୁଦାନ ଯେଉଁଥିରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯିବ । ୧୩୩/୩୨ କେବିର ଏକ ଗ୍ରିଡ ନିର୍ମାଣ ସାଙ୍ଗକୁ ଚାକଧରା ଡ୍ୟାମ୍‌ର କାର୍ଯ୍ୟ ଆରମ୍ଭ ହୋଇଥିବା କଥା ମଧ୍ୟ ନିଜ ଉଦବୋଧନରେ କହିଥିଲେ ।

 

Leave A Reply

Your email address will not be published.