ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମମତା ବାନାର୍ଜୀ

0

ଭୁବନେଶ୍ବର,୨୩।୩ : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଭେଟିଛନ୍ତି। ପୁରୀ ସଦର ସିପସରୁବାଲି ମୌଜାରେ ପଶ୍ଚିମବଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ଅତିଥି ଭବନ ନିର୍ମାଣ ଳାଗି କେତେ ଜାଗା ରାଜ୍ୟ ସରକାର ଯୋଗାଇ ଦେବେ ସେ ନେଇ ନବୀନଙ୍କ ସହ  ମମତା ଆଲୋଚନା କରିଥିଲେ । ଏହି ସାକ୍ଷାତ ସମୟରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ମମତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବସ୍ତ୍ର ଓ ରୂପା ତାରକସିର ତିନି ରଥର ମୂର୍ତ୍ତି ଓ ଛେନାପୋଡ ନବୀନ ଉପହାର ଦେଇଥିଲେ। ସେହିପରି  ନବୀନଙ୍କୁ ଏକ ଶାଲ ମମତା ଉପହାର ଦେଇଥିଲେ।

ସାକ୍ଷାତ ପରେ ମମତା କହିଛନ୍ତି ଯେ, ନବୀନ ପଟ୍ଟନାୟକ ଜଣେ ବଡ ନେତା। ନବୀନଙ୍କ ଆତିଥେୟତାରେ ମୁଁ ଖୁସି। ଓଡ଼ିଶା–ବଙ୍ଗଳା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ। ନିର୍ବାଚନ ଆହୁରି ବର୍ଷେ ରହିଛି। ନିର୍ବାଚନ ନେଇ କୌଣସି ଆଲୋଚନା କରି ନାହୁଁ । ସେହିପରି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏହା ଏକ ସୌଜନ୍ୟମୂକଳ ସାକ୍ଷାତ ଥିଲା। ଏହି ସାକ୍ଷାତ ସମୟରେ କୌଣସି ରାଜନୈତିକ ଚର୍ଚ୍ଚା ହୋଇ ନାହିଁ।

Leave A Reply

Your email address will not be published.