କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତି: ଖୁବ୍‌ ଶୀଘ୍ର ଆସୁଛି ପିଏମ୍‌ ୱାଇ-ଫାଇ ଯୋଜନା

0

ନୂଆଦିଲ୍ଲୀ,୯।୧୨: ଦେଶରେ ଇଣ୍ଟରନେଟ୍ ସେବାକୁ ମଜବୁତ କରିବା ଓ ଏହାକୁ ସମସ୍ତଙ୍କ ନିକଟରେ ପହଁଞ୍ଚାଇବା ଦିଗରେ ମୋଦି ସରକାର ନେଇଛନ୍ତି ବଡ ପଦକ୍ଷେପ। ସରକାର ପବ୍ଲିକ୍ ଓ୍ବାଇ-ଫାଇ ଲଞ୍ଚ କରିବାର ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାର ନାମ ‘ପ୍ରଧାନମନ୍ତ୍ରୀ ଓ୍ବାଇ-ଫାଇ ଆକ୍ସେସ୍ ଇଣ୍ଟରଫେସ୍’ ରହିବ। ଏହି ଓ୍ବାଇଫାଇ ନେଟଓ୍ବାର୍କ ପୁରା ଦେଶରେ ଲାଗୁ ହେବ। ଫଳରେ ଦେଶ ଡିଜିଟାଲ୍‌ ଇଣ୍ଡିଆ ଦିଗରେ ଆଉ ଏକ ପାଦ ଆଗକୁ ବଢ଼ିପାରିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆୟୋଜିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏହି ନି‌‌ଷ୍ପତି ହୋଇଛି।

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ କହିବା ଅନୁସାରେ, ସରକାର ଦେଶରେ ୧ କୋଟି ଡାଟା ସେଣ୍ଟର ଖୋଲିବେ। ଏହି ଯୋଜନାର ନାମ ‘ପ୍ରଧାନମନ୍ତ୍ରୀ ଓ୍ବାଇ-ଫାଇ ଆକ୍ସେସ୍ ଇଣ୍ଟରଫେସ୍’ ରହିବ, ଯାହା ଜରିଆରେ ଦେଶରେ ଓ୍ବାଇ-ଫାଇ କ୍ରାନ୍ତି ଅଣାଯିବ। ଏହା ଅନୁସାରେ  ସରକାର ପବ୍ଲିକ ଡାଟା ଅଫିସ, ଡାଟା ଏଗ୍ରିଗେଟର, ଆପ୍ ସିଷ୍ଟମ ପାଇଁ ୭ ଦିନ ଭିତରେ ସେଣ୍ଟର ଖୋଲିବାର ଅନୁମତି ଦିଆଯିବ।

ଏହା ଜରିଆରେ ରାସନ ଦୋକାନୀଠାରୁ ନେଇ ଚା’ ଦୋକାନୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଇଣ୍ଟରନେଟ୍ ସୁବିଧା ମିଳିବ। ପବ୍ଲିକ ଡାଟା ଅଫିସ ଜରିଆରେ କେହି ମଧ୍ୟ ଏହି ନେଟଓ୍ବର୍କର ବ୍ୟବହାର ସାଇନ୍ ଇନ୍ କରି କରିପାରିବେ। ଏଥିପାଇଁ ତାଙ୍କୁ କୌଣସି ପ୍ରକାର ଲାଇସେନ୍ସ କିମ୍ବା ରେଜିଷ୍ଟ୍ରେସନର ଦରକାର ପଡିବ ନାହିଁ। ଏହା ଥ୍ରୀ ଟିୟର ସିଷ୍ଟମ, ଯେଉଁଥିରେ ଦେଶର ୧୩୦ କୋଟି ନାଗରିକଙ୍କୁ ଓ୍ବାଇଫାଇ ଜରିଆରେ ଇଣ୍ଟରନେଟ୍ ସୁବିଧା ଦିଆଯିବ। ପ୍ରଥମ ଟିୟରରେ ବ୍ୟବସାୟୀ ଏୟାରଟେଲ୍, ଜିଓ କିମ୍ବା ଅନ୍ୟ ନେଟଓ୍ବର୍କ ଜରିଆରେ ସୁବିଧା ନେଇପାରିବେ। ସେକେଣ୍ଡ ଟିୟରରେ ପବ୍ଲିକ ଡାଟା ଅଫିସ, ଯାହାକି ସମସ୍ତଙ୍କୁ ଇଣ୍ଟରନେଟ୍ ଯୋଗାଇବାରେ ସାହାଯ୍ୟ କରିବ। ଏହାପରେ ଶେଷ ପର୍ଯ୍ୟାୟରେ ସାଧାରଣ ନାଗରିକ ଏକ ଆପ ଜରିଆରେ ଏହି ଇଣ୍ଟରନେଟ୍ ଓ୍ବାଇ-ଫାଇ ସୁବିଧା ବ୍ୟବହାର କରିପାରିବେ।

 

Leave A Reply

Your email address will not be published.