ସନ୍ନି ଦେଓଲଙ୍କୁ ମିଳିବ ୱାଇ ସୁରକ୍ଷା

0

ନୂଆଦିଳ୍ଲୀ,୧୬।୧୨: ବଲିଉଡ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଓ୍ବାଇ(Y) ସୁରକ୍ଷା ବ୍ୟବସ୍ଥା ଯୋଗଇ ଦେଇଛନ୍ତି। ଏବେ ତାଙ୍କ ସହିତ କେନ୍ଦ୍ରୀୟ ସୁରକ୍ଷାବଳର ଏକ ଟିମ୍ ସବୁବେଳେ ରହିବେ। ସନ୍ନି ଦେଓଲଙ୍କ ଜୀବନ ପ୍ରତି ବିପଦ ଥିବାର ସୂଚନା ପାଇବା ପରେ ତାଙ୍କୁ ଏହି ସୁରକ୍ଷା ବଳୟ ଯୋଗାଇ ଦିଆଯାଇଛି। ୱାଇ ସୁରକ୍ଷା ବଳୟ ଅନୁସାରେ, ତାଙ୍କ ସହିତ ୧୧ ଯବାନ ଓ ୨ ଜଣ ପିଏସଓ ରହିବେ। ସନ୍ନି ଦେଓଲ ଏବେ ପଞ୍ଜାବର ଗୁରୁଦାସପୁରର ସାଂସଦ ଅଛନ୍ତି। ଗୁରୁଦାସପୁର ଭାରତ ଓ ପାକିସ୍ତାନ ସୀମାରେ ରହିଛି। ସନ୍ନି ଦେଓଲଙ୍କ ସୁରକ୍ଷା ଏଭଳି ସମୟରେ ବଢାଇ ଦିଆଯାଇଛି, ଯେତେବେଳେ ପଞ୍ଜାବରେ କୃଷି ଆଇନକୁ ପ୍ରବଳ ବିରୋଧ ହେଉଛି। କୃଷକ ସଂଗଠନ ମଧ୍ୟ ବିଜେପିର ନେତା-ମନ୍ତ୍ରୀଙ୍କୁ ଘେରାଉ କରିବା କଥା କହିଛି। ସନ୍ନି ଦେଓଲଙ୍କ ଜନ୍ମସ୍ଥାନ ପଞ୍ଜାବ, ଏଭଳି ସ୍ଥିତିରେ ଦୀର୍ଘ ସମୟ ପର୍ଯ୍ୟନ୍ତ କୃଷି ଆଇନ ପ୍ରସଙ୍ଗରେ ସେ ଚୁପ୍ ରହିଥିବାରୁ ତାଙ୍କ ଉପରେ ପ୍ରଶ୍ନ ଉଠିଛି।

ନିକଟରେ ସନ୍ନି ଦେଓଲ ଟୁଇଟ୍ କରି କୃଷକ ଆନ୍ଦୋଳନ ଶେଷ କରିବା କଥା କହିଥିଲେ। ସେ କହିଥିଲେ, ମୁଁ ପୁରା ବିଶ୍ବକୁ ଅନୁରୋଧ କରୁଛି ଏହା ଆମର କୃଷକ ଓ ସରକାରଙ୍କ ଭିତରର ମାମଲା। ଏ ଭିତରେ କେହି ନ ପଶିବାକୁ ସେ ଅନୁରୋଧ କରୁଛନ୍ତି।

Leave A Reply

Your email address will not be published.