ଜାନୁଆରି ୩ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ବର, ୧୫।୧୨: ଦୀର୍ଘ ୮ ମାସର ବ୍ୟବଧାନ ପରେ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ। ଆସନ୍ତା ଜାନୁଆରି ୩ ତାରିଖରୁ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।ସେହିପରି ଆସନ୍ତା ୨୫ ତାରିଖରେ ବଡ଼ଦିନ ଅବସରରେ ଚର୍ଚ୍ଚ ଖୋଲିବା ପାଇଁ ସ୍ୱତନ୍ତ୍ର ଅନୁମତି ମିଳିବ ବୋଲି କହିଛନ୍ତି ବିଏମସି କମିଶନର। କିନ୍ତୁ ସର୍ତ୍ତମୂଳକ ଭାବେ ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ଅନୁମତି ମିଳିଛି। ଧାର୍ମିକ ଅନୁଷ୍ଠାନ ଖୋଲିବା ପୂର୍ବରୁ କମିଟିଗୁଡ଼ିକୁ କୋଭିଡ୍ ଗାଇଡଲାଇନ୍ ସୁନିଶ୍ଚିତ କରିବାକୁ ପଡ଼ିବ। ଏହାସହ କମିଟିଗୁଡ଼ିକ ବିଏମ୍ସିକୁ ଏକ ଅଣ୍ଡରଟେକିଂ ଦେବେ। ଯେଉଁଥିରେ ସେମାନେ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ସମସ୍ତ ପ୍ରକ୍ରିୟା ଉଲ୍ଲେଖ କରିବେ, ଯେପରି ପରିସର ଭିତରେ ଏକାଥରରେ କେତେ ଲୋକଙ୍କୁ ଅନୁମତି ମିଳିବ। ଏହି ଅଣ୍ଡରଟେକିଂ ଆଧାରରେ ବିଏମସି ସେମାନଙ୍କୁ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦେବ। ତା’ଛଡ଼ା ଅନୁଷ୍ଠାନ ପରିସର ଭିତରକୁ ସଠିକ୍ ଭାବେ ସାନିଟାଇଜ୍ କରାଯାଇଛି କି ନାହିଁ, ତାହା ବିଏମସି ତଦାରଖ କରିବ।

Comments are closed.