ଚଳିତ ଥର ହେବନି ସଂସଦ ଶୀତ ଅଧିବେଶନ

ନୂଆଦିଲ୍ଲୀ, ୧୫।୧୨: ଚଳିତ ବର୍ଷ ହେବନି ସଂସଦ ଶୀତ ଅଧିବେଶନ। କରୋନା ମହାମାରୀ ଯୋଗୁ ଶୀତ ଅଧିବେଶନ ହେବ ନାହିଁ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସବୁ ପକ୍ଷଙ୍କ ସହମତିରେ ଏଭଳି ନିଷ୍ପତି ନିଆଯାଇଛି। କରୋନା ସଂକ୍ରମଣ ଯୋଗୁଁ କେହି ବି ଶୀତ ଅଧିବେଶନ ପାଇଁ ସମ୍ମତି ପ୍ରକାଶ କରିନାହାନ୍ତି। ଏବେ ସିଧା ଜାନୁଆରିରେ ସଂସଦର ବଜେଟ ଅଧିବେଶନ ହେବ ବୋଲି ସେ କହିଛନ୍ତି। ପ୍ରହ୍ଲାଦ ଯୋଶୀ, କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ଚିଠିର ଜବାବ ଦେଇଛନ୍ତି। ଅଧିର, କୃଷକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ଜରୁରି ସଂସଦ ଅଧିବେଶନ ଡାକିବାକୁ ଚିଠି ଲେଖିଥିଲେ ଜବାବରେ ଯୋଶୀ କହିଛନ୍ତି, ସମସ୍ତଙ୍କ ସହ ଆଲୋଚନା ପରେ ଅଧିବେଶନ କରିବାକୁ ସମସ୍ତେ ସହମତି ପ୍ରକାଶ କରିଛନ୍ତି

Comments are closed.