୫ ଦିନ ପରେ ମିଳିଲା ନିଖୋଜ ସ୍ବାତୀର ମୃତ ଦେହ

ଭୁବନେଶ୍ବର, ୧୫/ ୧୨: ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍ ଗାଏବ ହୋଇଯାଇଥିବା ୩ ବର୍ଷର ଶିଶୁ କନ୍ୟା ସ୍ୱାତୀର ମୃତଦେହ ଆଜି ଗାଁ ନିକଟ ପୋଖରୀରୁ ଉଦ୍ଧାର ହୋଇଛି। ଗାଁର ଆଦିବାସୀ ବସ୍ତି ନିକଟ ଏକ ପରିତ୍ୟକ୍ତ ପୋଖରୀରେ ଛୁଆଟିର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତସ୍ଥିତ ବଧିପାଟଣା ଗ୍ରାମର ୫ଦିନ ତଳେ ଗାଁ ଦାଣ୍ଡରୁ ନିଖୋଜ ହୋଇଯାଇଥିଲା ୩ ବର୍ଷର ଶିଶୁ କନ୍ୟା ହରପ୍ରିୟା ସାହୁ ଓରଫ ସ୍ୱାତୀ। ମଙ୍ଗଳବାର ଦିନ ତାଙ୍କ ମୃତ ଦେହ ଘର ବାଡ଼ିପଟ ପୋଖରୀ କୂଳରୁ ମୃତଦେହ ମିଳିଥିବା ସୂଚନା ରହିଛି।ଘଟଣାସ୍ଥଳରେ ପହଞ୍ଚି ରଣପୁର ପୁଲିସ ତଦନ୍ତ କରୁଥିବା ବେଳେ କେହି ସ୍ବାତୀଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନରେ ୩ ବର୍ଷର ଶିଶୁ କନ୍ୟା ସ୍ବାତୀ ନିଖୋଜ ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗ ପରେ ରଣପୁର ଥାନା ଏବଂ ରାଜସୁନାଖଳା ଫାଣ୍ଡି ପୁଲିସ ମିଳିତ ଭାବେ ଶୁକ୍ରବାର ଅପରାହ୍ଣରୁ ଖୋଜିବା ଜାରି ରଖିଥିଲେ। ଏପରିକି ଶନିବାର ସକାଳୁ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ପୋଖରୀ, କୂଅ ଏବଂ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ତନ୍ନ ତନ୍ନ କରି ଖୋଜିଥିଲେ ମଧ୍ୟ ନିରାଶ ହୋଇଥିଲେ। ଶନିବାର ସନ୍ଧ୍ୟାରେ ନୟାଗଡ଼ ଏସ୍ପି ପ୍ରତ୍ୟୁଷ ଦିବାକର ଓ ଏଏସ୍ପି ଉମାକାନ୍ତ ମଲ୍ଲିକ ହରପ୍ରିୟାର ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

Comments are closed.