ପରୀକୁ ଦୁଷ୍ମର୍ମ ପରେ ହତ୍ୟା କରାଯାଇଛି!

ଭୁବନେଶ୍ବର, ୧୬।୧୨: ପରୀ ମାମଲାରେ ବଡ ଖୁଲାସା ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଏସ୍‌ଆଇଟି ପକ୍ଷରୁ ହାଇକୋର୍ଟରେ ସୂଚନା ଦିଆଯାଇଛି। ଏହି ମାମଲାରେ ଏକ ଅଭିଯୁକ୍ତକୁ ଏସ୍ଆଇଟି ଧରିଛି। ତାହାର ଡିଏନ୍‌ଏ ଟେଷ୍ଟ କରାଯିବ। ପରୀର ଫ୍ରକରୁ ସିମନ ମିଳିଛି। ଏଥିରୁ ତାକୁ ଯୌନ ନିର୍ଯ୍ୟାତନା ଦିଆଯିବା ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ପରୀକୁ ଦୁଷ୍କର୍ମ ପରେ ହତ୍ୟା ନିଶ୍ଚିତ ଭାବେ ଏକ ଲଜ୍ଜ୍ୟାକର ଓ ଆଶ୍ଚର୍ଯ୍ୟଜନକ ଘଟଣା । ସେହି ସମୟରେ ତାକୁ ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କ କାର୍ଯ୍ୟଧାରାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ପରୀର ବାପାମାଆଙ୍କୁ ଥାନାକୁ ଡାକି ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ସେମାନେ ବିଧାନସଭା ଚାଲିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ବିଜେପି ସହ ଅନ୍ୟ ବିରୋଧୀ ଦଳ ପରୀକୁ ନ୍ୟାୟ ଦେବା ପାଇଁ ରାସ୍ତାକୁ ଓହ୍ଲାଇଥିଲେ । ହାଇକୋର୍ଟରେ ମଧ୍ୟ ସିବିଆଇ ତଦନ୍ତ ପାଇଁ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ବେଶ୍‌ ହୋ ହଲ୍ଲା ପରେ ରାଜ୍ୟ ସରକାର ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେହି ଗାଁରେ ଲକ୍‌ଡାଉନ୍‌ ସମୟରେ ରହୁଥିବା ଜଣେ ବିଜ୍ଞାନ ଛାତ୍ରଙ୍କ ଉପରେ ସନ୍ଦେହ ହୋଇଥିଲା। ତାଙ୍କ ବାରିକୁ ପିଜୁଳି ଖାଇବାକୁ ପରୀ ଅନେକ ସମୟରେ ସେଠାକୁ ଯାଉଥିଲା। ତାଙ୍କର ଘର ନିକଟରେ ଥିବା ଗାଡିଆ ନିକଟରରୁ ପରୀର ମୃତଦେହ ଉଦ୍ଧାର ହୋଇଛି। ଏବେ ଅଭିଯୁକ୍ତକୁ ଏସ୍‌ଆଇଟି ଧରିଛି। ଅଭିଯୁକ୍ତର ଡିଏନ୍ଏ ରିପୋର୍ଟ ଆସିବା ପରେ ମାମଲା ଆହୁରି ସ୍ପଷ୍ଟ ହୋଇଯିବ।

 

Comments are closed.