କରୋନା ଯୋଦ୍ଧାଙ୍କୁ ମିଳିବ ମାଗଣା ଟିକା

ଭୁବନେଶ୍ବର, ୧୭।୧୨: କରୋନା ଯୋଦ୍ଧାଙ୍କୁ ମିଳିବ ମାଗଣା କରୋନା ଟିକା। ଏନେଇ ଘୋଷଣା କରିଛନ୍ତି କରୋନା ଟିକା ନେଇ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଓଡ଼ିଶାରେ ପ୍ରଥମ ୩ଟି ଶ୍ରେଣୀର ବ୍ୟକ୍ତବିଶେଷଙ୍କୁ  ମାଗଣା ଟିକା ମିଳିବ। ସୂଚନା ମୁତାବକ , ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀମାନଙ୍କୁ କରୋନା ଟିକା ଦିଆଯିବ। ଏହାପରେ ପୌର, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ କର୍ମଚାରୀମାନଙ୍କ ପାଇଁ ମାଗଣା ଟିକା ବ୍ୟବସ୍ଥା କରାଯାଇଛି। ଏହି ଦୁଇ ଶ୍ରେଣୀର ଲୋକଙ୍କୁ ବାଦ୍ ଦେଇ ବୟସ୍କ ବ୍ୟକ୍ତିମାନଙ୍କୁ ମଧ୍ୟ ମାଗଣାରେ ଟିକା ଦିଆଯିବ। ଉଲ୍ଲେଖନୀୟ, ଦେଶରେ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବାକୁ କେନ୍ଦ୍ରର ଯୋଜନା ରହିଛି । ଜାନୁଆରି ଭିତରେ ଟିକାକରଣ ଆରମ୍ଭ ହେବ ବୋଲି ମନ୍ତ୍ରୀ ନବଦାସ କହିଛନ୍ତି ।

 

Comments are closed.