ଇଡି ସ୍କାନର୍‌ରେ ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା: ଜବତ ହେଲା ୧୧.୮୬ କୋଟିର ସମ୍ପତି

0

ଶ୍ରୀନଗର, ୧୯।୧୨: ଇଡି ସ୍କାନର୍‌ରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍ଫରେନ୍ସର ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲା। ଜମ୍ମୁ-କଶ୍ମୀର କ୍ରିକେଟ ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଆଜି ଫାରୁକ ଅବଦୁଲ୍ଲାଙ୍କ ଦୁଇଟି ଘର, ୩ଟି ପ୍ଲଟ୍‌ ଓ ଅନ୍ୟ ସମ୍ପତ୍ତି ସବୁ ସିଜ୍‌ କରିଛି। ଯାହାର ମୂଲ୍ୟ ପାଖାପାଖି ୧୧.୮୬ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଇଡି ସିଜ କରିଥିବା ଫାରୁକ ଅବଦୁଲ୍ଲାଙ୍କ ସମ୍ପତ୍ତି ମଧ୍ୟରୁ ଶ୍ରୀନଗରର ଗୁପକାର ରୋଡରେ ଥିବା ଘର ଓ ରେଜିଡେନ୍ସି ରୋଡ ଉପରେ ଥିବା ବିଲିଂ ମଧ୍ୟ ସାମିଲ ରହିଛି। ଏସବୁ ସରକାରୀ ଜମି ଉପରେ ନିର୍ମାଣ ହୋଇଥିଲା। ଏସବୁ ବ୍ୟତୀତ ଜମ୍ମୁର ସଞ୍ଜବାନରେ ଥିବା ଘର ମଧ୍ୟ ସିଜ୍‌ କରିଛି ଇଡି। ଯାହାକି ସରକାରୀ ଓ ବନ ବିଭାଗର ଜମି ଉପରେ ନିର୍ମାଣ ହୋଇଥିଲା। ଫାରୁକ୍‌ ସେହି ଅଞ୍ଚଳକୁ କବଜା କରି ଘର ନିର୍ମାଣ କରିଥିଲେ। ଇଡି ସିବିଆଇ ଦ୍ବାରା ହୋଇଥିବା ପ୍ରାଥମିକ ତଦନ୍ତ ଆଧାରରେ ମାମଲା ଦାଖଲ କରିଥିଲା। ସିବିଆଇ ଏହି ମାମଲାରେ ଜେକେସିଏର ପଦାଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଯେଉଁଥିରେକି ମହାସଚିବ ମହମ୍ମଦ ସଲିମ ଖାନ ଓ ପୂର୍ବ କୋଷାଧ୍ୟକ୍ଷ ଅହସାନ ଅହମ୍ମଦ ମିର୍ଜା ମଧ୍ୟ ସାମିଲ ଅଛନ୍ତି।

Leave A Reply

Your email address will not be published.