ପରୀ ହତ୍ୟା ମାମଲାରେ ଜଣେ ଗିରଫ୍‌: ସସ୍‌ପେନ୍ସରେ ଗିରଫ୍‌ଦାରୀ

0

ନୟାଗଡ଼, ୨୦।୧୨:  ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସ୍‌ଆଇଟି। ହୋଇଛନ୍ତି। ଯଦୁପୁର ଗାଁରୁ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତଭଙ୍କ ବିରୁଦ୍ଧରେ ୩୭୬(କ), ୩୭୬(କ) (ଖ), ୩୬୪, ୩୦୨, ୨୦୧  ଧାରାରେ ମାମଲା ରୁଜୁ ହୋଇଛି। ଆସନ୍ତାକାଲି ଅଭିଯୁକ୍ତକୁ ନୟାଗଡ଼ ପକ୍ସୋ କୋର୍ଟରେ ହାଜର କରାଯିବ।

ଜୁଲାଇ ୧୪ରେ କୁନି ଝିଅ ପରୀ ନିଖୋଜ ହୋଇଯାଇଥିବା ବେଳେ  ୨୩ ତାରିଖରେ ତାଙ୍କ ଘର ପଛପଟୁ ମିଳିଥିଲା ମୃତଦେହ।  ତେବେ ଅଭିଯୁକ୍ତ କିଏ ତାହା ସ୍ପଷ୍ଟ ହୋଇ ନାହିଁ।  ଗତକାଲି ଏସ୍‌ଆଇଟି ସରୋଜ ସେଠୀଙ୍କ ସହିତ ତାଙ୍କ ମାଆ ଓ ଭଉଣୀଙ୍କୁ ଉଠାଇ ନେଇଥିଲା। ତେବେ ୧୨ ଘଣ୍ଟା ଧରି ପଚରାଉଚରା କରିବା ପରେ ସରୋଜଙ୍କ ମା’ ଓ ଭଉଣୀଙ୍କୁ ଏସ୍‌ଆଇଟି ଛାଡ଼ି ଦେଇଥିଲା। କିନ୍ତୁ ସରୋଜଙ୍କୁ ଅଟକ ରଖାଯାଇଥିଲା। ପଚରାଉଚରା କରିବା ସହିତ ସେମାନଙ୍କ ସମସ୍ତଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିବା ସରୋଜଙ୍କ ଭଉଣୀ କହୁଛନ୍ତି।

ସରୋଜ ହେଉଛନ୍ତି ‘ପରୀ’ର ପଡ଼ୋଶୀ। ଗତକାଲି ଏସ୍‌ଆଇଟି ତାକୁ ଉଠାଇବା ପୂର୍ବରୁ ଆଉ ଦୁଇ ଥର ମଧ୍ୟ ପଚରାଉଚରା କରିଥିଲା। ତେବେ ଗତକାଲି ତାଙ୍କ ସହିତ ତାଙ୍କ ମା’ ଓ ଭଉଣୀଙ୍କୁ ନେଇ ପଚରାଉଚରା କରିଥିଲା ଏହି ଏସ୍‌ଆଇଟି। ଏହା ପୂର୍ବରୁ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ ସରୋଜ। ସେ କହିଥିଲେ, ଯେ ପରୀ ହତ୍ୟା ମାମଲାରେ ଦୋଷ ମୁଣ୍ଡେଇବାକୁ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିଲେ। ସେ ଏହାକୁ ଗ୍ରହଣ କରି ନେଲେ ତାଙ୍କ ବୟସକୁ ୧୮ ବଦଳରେ ୧୭ ବର୍ଷ ଦେଖାଯିବ ବୋଲି କହିଥିଲେ। ସୂଚନାଯୋଗ୍ୟ, ସ୍ଥାନୀୟ ପୁଲିସ୍‌ ଠାରୁ ନ୍ୟାୟ ପାଇବାରେ ବିଫଳ ହେବା ପରେ ‘ପରୀ’ର ବାପା-ମା’ ଭୁବନେଶ୍ୱର ଆସି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଥିଲେ। ପରେ ଏହି ଘଟଣା ଭିନ୍ନ ମୋଡ଼ ନେଇଥିଲା। ବିଭିନ୍ନ ବର୍ଗରୁ ସ୍ୱର ଉଠିବା ପରେ ସରକାର ଘଟଣାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.