ସମ୍ ହସ୍ପିଟାଲ୍‌ରେ ସୁସ୍ଥ ହେଲା ଗୁରୁତର ଭାବେ ପୋଡି ହୋଇଯାଇଥିବା ଶିଶୁ

0

ଭୁବନେଶ୍ୱର ୨୧/୦୯: ଏକ ଦୁର୍ଘଟଣାର ଶିକାର ହୋଇ ଶରୀରର ୩୦ ପ୍ରତିଶତ ପୋଡି ହୋଇଯାଇଥିବା ଏକ ୪ ବର୍ଷର ଶିଶୁ କନ୍ୟା ସମ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଛି ହସ୍ପିଟାଲ୍‌ର ବର୍ନ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସଫଳ ଚିକିତ୍ସା ଯୋଗୁଁ ଶିଶୁଟି ସୁସ୍ଥ ହୋଇ ଘରକୁ ଫେରିଛି ପ୍ରଜ୍ଞା ପ୍ରିୟଦର୍ଶିନୀ ସାହୁ ନାମକ ଏହି ଶିଶୁ କନ୍ୟାଟିର ଏକ ଦୁର୍ଘଟଣାରେ ମୁହଁ, ବେକ ଓ ଶରୀରର ଉପର ଭାଗର ୩୦ ପ୍ରତିଶତ ପୋଡି ହୋଇଯାଇଥିବା ବେଳେ ତାଙ୍କ ମାଙ୍କ ଶରୀର ୯୦ ପ୍ରତିଶତ ପୋଡି ହୋଇଯାଇଥିଲା ତେବେ ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କର ସମସ୍ତ ଚିକିତ୍ସା ଓ ଉଦ୍ୟମ ସତ୍ତ୍ୱେ ଶିଶୁଟିର ମାବଞ୍ଚିପାରି ନଥିଲେ

ତେବେ ଶିଶୁଟିକୁ ଆଇସିୟୁରେ ରଖାଯାଇ ସମସ୍ତ ପ୍ରକାର ଉନ୍ନତ ଧରଣର ଚିକିତ୍ସା ଆରମ୍ଭ କରାଯାଇଥିଲା ସବୁଦିନ ଡ୍ରେସିଂ ସହିତ ଆବଶ୍ୟକୀୟ ମାତ୍ରାର ଆଣ୍ଟିବାୟୋଟିକ ଏବଂ ଅନ୍ୟାନ୍ୟ ଔଷଧ ପ୍ରଦାନ କରାଯାଉଥିଲା ତାର ଶରୀରରେ ଦୁଇଟି ଅସ୍ତ୍ରୋପଚାର କରାଯିବା ସହ ଶିଶୁଟିର ବାପାଙ୍କ ଶରୀରରୁ ଚର୍ମ ଅଣାଯାଇ ଶିଶୁଟିର କ୍ଷତ ସ୍ଥାନରେ ପ୍ରତ୍ୟାରୋପଣ କରାଯାଇଥିଲା

ପ୍ରାୟ ୪୦ ଦିନର ଚିକିତ୍ସା ପରେ ଶିଶୁଟି ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛି ସେ ଏବେ ସୁସ୍ଥ ଅଛି ଏବଂ ଆଗାମୀ ଦିନରେ ଆଉ ଏକ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ବୋଲି ହସ୍ପିଟାଲ୍ ପକ୍ଷରୁ କୁହାଯାଇଛିଶିଶୁଟି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ରାଜେଶ ଗନ୍ତାୟତଙ୍କ ଅଧୀନରେ ଚିକିତ୍ସିତ ହୋଇଥିବା ବେଳେ ବିଭାଗର ମୁଖ୍ୟ ପ୍ରଫେସର ସୁଶାନ୍ତ ମିଶ୍ର, ଆସୋସିଏଟ୍ ପ୍ରଫେସର ବିନାୟକ ମିଶ୍ର ଏବଂ ଡାକ୍ତର ଏମ୍ ଲୋପାମୁଦ୍ରା ମିଳିତ ଭାବେ ଶିଶୁଟିର ଚିକିତ୍ସା ଦାୟିତ୍ୱ ନେଇଥିଲେ। 

Leave A Reply

Your email address will not be published.