କେ.ମୁରୁଗେସନ ହେଲେ ରାଜ୍ୟ ପରିବେଶ ନିର୍ଦ୍ଦେଶକ

0

ଭୁବନେଶ୍ୱର, ୨୦।୯: ରାଜ୍ୟ ସରକାର ଆଜି ଆଇଏଫ୍‌ଏସ୍ ଅଧିକାରୀସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ୧୯୯୪ ବ୍ୟାଚ୍ ଆଇଏଫଏସ୍ କେ.ମୁରୁଗେସନଙ୍କୁ ରାଜ୍ୟ ପରିବେଶ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେ ଏବେ ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ଓ ଅତିରିକ୍ତ ଭାବେ ପରିବେଶ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ।

ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୯ ବ୍ୟାଚ୍ ଆଇଏଫଏସ୍ ସୁଶାନ୍ତ ନନ୍ଦଙ୍କୁ ପରିବେଶ ନିର୍ଦ୍ଦେଶକ ପଦରୁ ହଟାଇ ଦିଆଯାଇ ପିସିସିଏଫ(ନୋଡାଲ) ଭାବେ ଅବସ୍ଥାପିତ କରାଯାଇଛି । ସେ ଅତିରିକ୍ତ ଭାବେ ଚିଲିକା ଉନ୍ନୟନ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଆଇଜିଜେଏମପି ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ । ସେହିପରି ଖଣି ନିର୍ଦ୍ଦେଶକ ତଥା ୨୦୦୧ ଆଇଏଫଏସ୍ ଜି. ରାଜେଶ ଅତିରିକ୍ତ ଭାବେ ଓଏମବିଏଡିସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୧୯୮୭ ବ୍ୟାଚ୍ ଆଇଏଫଏସ୍ ଶିଶିର କୁମାର ରଥୋଙ୍କୁ ଗତକାଲି ଓଡ଼ିଶା ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ୩ବର୍ଷ ନିମନ୍ତେ ନିଯୁକ୍ତି ଦେଇଛନ୍ତି ।

Leave A Reply

Your email address will not be published.