ରାଇରଙ୍ଗପୁରରେ ହେବ ରାଷ୍ଟ୍ରପତିଙ୍କ ପାଇଁ ସ୍ୱତନ୍ତ୍ର ସର୍କିଟ ହାଉସ୍‌

ଭୁବନେଶ୍ବର, ୨୬।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଘର ରାଇରଙ୍ଗପୁର ସହରରେ ତାଙ୍କ ଅସ୍ଥାୟୀ ରହଣୀ ନିମନ୍ତେ ସ୍ୱତନ୍ତ୍ର ସର୍କିଟ ହାଉସ୍ ନିର୍ମାଣ ହେବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପ୍ରାୟ ୫୦କୋଟି ଟଙ୍କା ବ୍ୟୟରେ ଏହି ସର୍କିଟ୍ ହାଉସ୍ ନିର୍ମାଣ କରିବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ମୟୂରଭଞ୍ଜର ରାଇରଙ୍ଗପୁର ଏନ୍‌ଏସି ଅଂଚଳରେ ଏହି ସ୍ୱତନ୍ତ୍ର ସର୍କିଟ ହାଉସ୍ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଅସ୍ଥାୟୀ ରହଣୀ ନିମନ୍ତେ ନିର୍ମାଣ କରାଯିବ। ଏଥିପାଇଁ ରାଜ୍ୟ ସରକାର ସ୍ଥାନ ଚିହ୍ନଟ କରିସାରିଥିବାବେଳେ ଏହାର ନିର୍ମାଣ ଓ ଡିଜାଇନ୍ ମଧ୍ୟ ଚୂଡ଼ାନ୍ତ ହୋଇଥିବା। ରାଇରଙ୍ଗପୁରର ମହୁଲଡ଼ିହାଠାରେ ଏହା ନିର୍ମାଣ ହେବ ଓ ମ୍ୟୁନିସପାଲିଟିକୁ ଏହି ସର୍କିଟ ହାଉସ୍ ନିର୍ମାଣ ପ୍ରସ୍ତାବ ପଠାଯାଇଛି।

ଏହି ସର୍କିଟ ହାଉସରେ ସ୍ୱତନ୍ତ୍ର ଭାବେ ରାଷ୍ଟ୍ରପତିଙ୍କ ରହିବା ପାଇଁ ଅତ୍ୟାଧୁନିକ ସୁବିଧାଯୁକ୍ତ ରୁମ୍ ସହ ଡ୍ରଇଂ ରୁମ୍‌, କନଫରେନ୍ସ ହଲ୍ , ରାଷ୍ଟ୍ରପତିଙ୍କ ସୁରକ୍ଷା ଅଧିକାରୀ ଓ ସରକାରୀ ଅଧିକାରୀଙ୍କ ରହିବା ନିମନ୍ତେ ସ୍ୱତନ୍ତ୍ର ଗୃହ ଓ ପାର୍କ ଆଦି ରହିବ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ନିଜ ଘରକୁ ଗସ୍ତ ସମୟରେ ସେହି ସ୍ୱତନ୍ତ୍ର ସର୍କିଟ ହାଉସରେ ରହିବେ। ଏହା କେବଳ ରାଷ୍ଟ୍ରପତିଙ୍କ ରହଣୀ ନିମନ୍ତେ ଉପଯୋଗ ହେବ ବୋଲି ଜଣାପଡ଼ିଛି।

Comments are closed.