ଏଣିକି ୧୦୦ ମିନିଟରେ ହେବ କାର୍ଯ୍ୟାନୁଷ୍ଠାନ: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ବର, ୨୭।୧୦: ଧାମନଗର ଉପନିର୍ବାଚନ ପାଇଁ ଲାଗୁ କରାଯାଇଥିବା ଆଦର୍ଶ ଆଚରଣ ବିଧିକୁ ନେଇ ମୁଖ୍ୟ ନିର୍ବାଚନ କମିନର କଠୋର ହୋଇଛନ୍ତି। ରାଜନୈତିକ ଦଳ ଓ କର୍ମୀ ଆଦର୍ଶ ଆଚରଣ ବିଧି ମାନନ୍ତୁ ନଚେତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଇସି ଚେତାବନୀ ଦେଇଛନ୍ତି।

ଭୋଟର ମାନକୁ ଅର୍ଥ ଦେବା, ଭୋଟ ପାଇଁ ଧମକାଇବା ଏହା  ଭୋଟ ଦେବା ସମୟରେ ଲୋକଙ୍କୁ ପ୍ରଭାବିତ କରିବା ଏଥିରୁ  ରାଜନୈତିକ ଦଳ ଓ କର୍ମୀ ଦୁରେଇ ରୁହନ୍ତି।  ନଚେତ  ନିୟମ ଅନୁସାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ  ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଭିଯୋଗ  କରାଯାଇଛି।

 କୌଣସି ଦଳ ବା କର୍ମୀ  ବେଆଇନ କାର୍ଯ୍ୟ କରୁଥିଲେ ଲୋକମାନେ ସିଭିଜିଲ ଆପ ମାଧ୍ୟମରେ ଅଭିଯୋଗ କରିପାରିବେ। ଏଭଲି ଅଭିଯୋଗ ଆସିବାର ୧୦୦  ମିନିଟ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବର୍ତ୍ତମାନ ସୁଦ୍ଧା ସିଭିଜିଲ ଆପ ଜରିଆରେ ୬ଟି ଅଭିଯୋଗ ଆସିଥିବା ବେଳେ ସର୍ବମୋଟ ବର୍ତ୍ତମାନ ସୁଦ୍ଧା ୧୦୨ଟି  ଅଭିଯୋଗ ଆସିଛି। ୨୧୬ ଜଣଙ୍କୁ  ଗିରଫ କରାଯାଇଛି  ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.