ବସଷ୍ଟାଣ୍ଡ ଓ ନୃସିଂହ ମନ୍ଦିର ନିକଟରେ ମିଳିବ ଆଡ଼ପ ଅବଢା

ପୁରୀ, ୧୩:ପ ଅବଢ଼ା ବିକ୍ରି ନେଇ ସୁପକାର ନିଯୋଗ ଓ ମନ୍ଦିର ପ୍ରଶାସନର ନିଷ୍ପତ୍ତି ହୋଇସାରିଛି। ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ ୨ଟି କାଉଣ୍ଟର କରାଯାଇଛି। ବସଷ୍ଟାଣ୍ଡରେ ଓ ନୃସିଂହ ମନ୍ଦିର ନିକଟରେ ଆଡ଼ପ ଅବଢା ବିକ୍ରି କରାଯିବ। ଶ୍ରୀମନ୍ଦିର ଗାଇଡଲାଇନ୍ ଅନୁଯାୟୀ ମହାପ୍ରସାଦର ଦର ନିର୍ଦ୍ଧାରଣ ହେବ। ଟୋକନ ମାଧ୍ୟମରେ ଭକ୍ତମାନେ ମହାପ୍ରସାଦ ନେଇପାରିବେ। ଏନେଇ ସୁପକାର ନିଯୋଗ ପକ୍ଷରୁ ସୂଚନା ମିଳିଛି। ଅପରାହ୍ନ ୩ଟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରସ୍ଥିତ ଜନ୍ମବେଦିକୁ ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହେବ । ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଅବସ୍ଥାନ କାଳରେ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ଯାଇପାରିବେ ନାହିଁ । ଶ୍ରୀଗୁଣ୍ଡିଚା ମନ୍ଦିର ଚୌହଦିରେ ପ୍ରବେଶ ଉପରେ କଟକଣା ବଳବତ୍ତର ରହିବ ବୋଲି ପ୍ରଶାସନିକ ଅଧିକାରୀମାନେ କହିଛନ୍ତି ।

Comments are closed.