ରାଜ୍ୟରେ ପୁଣି ଆଇପିଏସ୍‌ ସ୍ତରରେ ଅଦଳ ବଦଳ; ଅଖିଳେଶ୍ବର ସିଂହ ହେଲେ ଜଗତସିଂହପୁର ଏସ୍‌ପି

0

ଭୁବନେଶ୍ୱର, ୯।୭: ବରିଷ୍ଠ ଆଇପିଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ ହୋଇଛି। ଏନେଇ ସୂଚନା ଜାରି କରିଛନ୍ତି ରାଜ୍ୟ ସରକାର। ଜଗତସିଂହପୁର ଏସ୍‌ପି ଭାବେ ନିୟୁକ୍ତ ହେଲେ ଅଖିଳେଶ୍ୱର ସିଂହ। ନୂଆପଡ଼ା ଏସ୍‌ପି ହେଲେ ପ୍ରତ୍ୟୁଷ ଦିବାକର ଓ ପି.ଏସ୍‌ ପୁରୁଷୋତ୍ତମ ଦାସ ନବରଙ୍ଗପୁର ଏସ୍‌ପି ଭାବେ ଦାୟିତ୍ୱ ତୁଲାଇବେ। ରାହୁଲ ଜୈନ ହୋଇଛନ୍ତି ବରଗଡ଼ ଏସ୍‌ପି।

ସେପଟେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଏସ୍‌ ଦେବଦତ୍ତ ସିଂହ। ସେ ପୁଲିସ୍‌ ମୁଖ୍ୟାଳୟ ଆଇଜି ଦାୟିତ୍ୱ ତୁଲାଇବେ । ମାଲକାନଗିରି ଏସ୍‌ପି ହେଲେ ପି.ଏସ୍‌ ମୀନା  ଓ ମୟୁରଭଞ୍ଜ ଏସ୍‌ପି ହେଲେ କେ ଆର୍‌ ଦାନ୍ଦେଓ । କେ.ଆର ଦ୍ୟାନଦେଓ ହେଲେ ମୟୂରଭଞ୍ଜ ଏସ୍‌ପି । ଜଗତସିଂହପୁର ଏସ୍‌ପି ପ୍ରକାଶ ଆରଙ୍କୁ ଭିଜିଲାନ୍ସରେ ନିଯୁକ୍ତି ମିଳିଛି ।

Leave A Reply

Your email address will not be published.