କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କୁ ସ୍କ୍ରବ୍ ଟାଇଫସ୍; କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା

0

ଭୁବନେଶ୍ୱର,୪/୧୦ : ରାଜ୍ୟରେ ସ୍କ୍ରବ୍‌ ଟାଇଫସ୍‌ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ ଥମିବାର ନା ନେଉନାହିଁ । ପ୍ରତିଦିନ ନୂଆ ରୋଗୀ ଚିହ୍ନଟ  ହେଉଛନ୍ତି । ଏହାରି ଭିତରେ ଆଜି କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନମୁନା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଘରେ ରହି ଚିକିତ୍ସିତ ହେଉଛନ୍ତି ଅରବିନ୍ଦ ପାଢ଼ୀ । ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ହୋଇଥିବା ନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ସ୍କ୍ରବ୍‌ ଟାଇଫସକୁ ନେଇ ରାଜ୍ୟରେ ଭୟ ବଢ଼ି ଚାଲିଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୨ ହଜାର ୭୭ ଜଣଙ୍କ ସ୍କ୍ରବ୍‌ ଟାଇଫସ୍‌  ଟେଷ୍ଟ ହୋଇଛି ।  ସେମାନଙ୍କ ଭିତରୁ ୨ହଜାର ୨୦ ପଜିଟିଭ  ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ରୀୟ ଟିମ୍‌ ନିକଟରେ  ରାଜ୍ୟ ସ୍କ୍ରବ୍‌ ଟାଇଫସ ନେଇ ତଥ୍ୟ ରଖିଛି । ମଙ୍ଗଳବାର ରାଜ୍ୟରେ ସ୍କ୍ରବ୍‌ ଟାଇଫସ ସ୍ଥିତି ନେଇ ରାଜ୍ୟ  ସରକାରଙ୍କୁ ଅବଗତ କରାଇଥିଲା କେନ୍ଦ୍ରୀୟ ଟିମ । ଦୁଇ ଦିନ ଧରି  ବରଗଡ଼ ସମେତ ବିଭିନ୍ନ ଜିଲ୍ଲା ସ୍ଥିତି ଅନୁଧ୍ୟାନ କରିବା ପରେ  ଅପରାହ୍ନରେ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ ଦିଲ୍ଲୀରୁ ଆସିଥିବା ୪ଜଣିଆ ଡାକ୍ତରୀ ଟିମ । ସେମାନେ ଜିଲ୍ଲା ଗସ୍ତରୁ ପାଇଥିବା ବିଭିନ୍ନ ତଥ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଅବଗତ  କରାଇବା ସହ ଆବଶ୍ୟକୀୟ ପଦକ୍ଷେପ ନେଇ ପରାମର୍ଶ ଦେଇଥିଲେ ।

 

Leave A Reply

Your email address will not be published.