ଏଣିକି ରବିବାର ଖୋଲା ରହିବ ଡାକ୍ତରଖାନା ପରିସର ନିକଟରେ ଥିବା ଆହାର କେନ୍ଦ୍ର

ଭୁବନେଶ୍ବର, ୨୬/୬: ରାଜ୍ୟର ଡାକ୍ତରଖାନା ପରିସରରେ ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଏଣିକି ରବିବାର ଦିନରେ ଖୋଲା ରହିବ। ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ଆହାର ସମିତିର ସଭାପତିମାନଙ୍କୁ ଅବଗତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ପ୍ରକାଶ ଥାଉକି ରାଜ୍ୟରେ ୧୬୭ଟି ଆହାର କେନ୍ଦ୍ର ରହିଛି । ସେଥିରୁ ୮୨ଟି କେନ୍ଦ୍ର ଡାକ୍ତରଖାନା ପରିସରରେ ରହିଛି । ଏହି ୮୨ଟିରୁ ୫୮ଟିରେ ରାତ୍ରିକାଳିନ ଖାଦ୍ୟ ପରିବେଷଣ ସୁବିଧା ରହିଛି । ଏହିସବୁ କେନ୍ଦ୍ରମାନଙ୍କରେ ଡାକ୍ତଖାନାମାନଙ୍କୁ ଆସୁଥିବା ରୋଗୀମାନଙ୍କର ପରିବାର ଲୋକ କିମ୍ବା ଆଟେଣ୍ଡାଂଟମାନେ ଉପକୃତ ହୋଇଥାଆନ୍ତି । ଏହି ୮୨ ଟି କେନ୍ଦ୍ରରେ ଦୈନିକ ହାରାହାରି ୪୮ ହଜାର ଲୋକ ଉପକୃତ ହୋଇଥାନ୍ତି।

ରବିବାର କେନ୍ଦ୍ରଗୁଡିକ ବନ୍ଦ ରହୁଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଗୃହ ଓ ନଗର ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇ ସେହି ସବୁ ଆହାର କେନ୍ଦ୍ରଗୁଡିକୁ ରବିବାର ଦିନମାନଙ୍କରେ ଖୋଲା କରିବାକୁ ଅନୁରୋଧ କରାଯାଇଥିଲା । ବିଭିନ୍ନ ଦିଗରୁ ବିଚାରକୁ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ରବିବାର ଦିନମାନଙ୍କରେ ସେହି ସବୁ ଆହାର କେନ୍ଦ୍ରଗୁଡିକ ଖୋଲା ରଖିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Comments are closed.