ସମ୍‌ ଅଲ୍‌ଟିମେଟ୍‌ ମେଡିକେୟାରର ଐତିହାସିକ ସଫଳତା; ଜଣଙ୍କ ଠାରୁ ଅଙ୍ଗ ନେଇ ବଞ୍ଚାଗଲା ୪ ଜଣଙ୍କ ଜୀବନ

ଭୁବନେଶ୍ଵର,୨୫/୦୬: ସମ୍ ଅଲ୍ଟିମେଟ୍ ମେଡ଼ିକେୟାର ରଚିଲା ଇତିହାସ। ରାଜ୍ୟରେ ପ୍ରଥମ ଥର ପାଇଁ ସମ୍ ଅଲ୍ଟିମେଟ୍ ମେଡ଼ିକେୟାରରେ ଜଣେ ଡୋନରଙ୍କ ଠାରୁ ଏକାଧିକ ଅଙ୍ଗ ବାହାର କରି ୪ ଟି ଅଲଗା ଲୋକକୁ ବଞ୍ଚାଗଲା । ଏପରି ଘଟଣା ଘଟିବା ହେଉଛି ଆମ ରାଜ୍ୟ ପାଇଁ ପ୍ରଥମ । ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କଲେ ସମ୍ ଅଲଟିମେଟ ସିଇଓ ।

ଡୋନରଙ୍କ ଠାରୁ ୨ କିଡ଼ନୀ, ୨ ଫୁସଫୁସ ଓ ଗୋଟିଏ ଲିଭର କାଢି ୪ ଜଣ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ରୋଗୀଙ୍କୁ ବଞ୍ଚାଯାଇ ପାରିଛି । ସେଥିମଧ୍ୟରୁ ଜଣେ ହେଉଛନ୍ତି କୋଲକାତାର ୧୬ ବର୍ଷୀୟ ନାବାଳକ । ଯିଏକି ପାରାକ୍ୟୁଏଟ ପଏଜନ ଦ୍ବାରା ଜନ୍ମ-ମୃତ୍ୟୁ ଖିଅରେ ଝୁଲୁଥିଲେ । ୪୫ ଦିନ ଧରି ଇକମୋ ଦ୍ବାରା ବଞ୍ଚୁଥିଲେ । ସେହି ନାବାଳକକୁ ଫୁସଫୁସ୍ ଦେଇ ନୂଆ ଜୀବନ ଫୁଙ୍କିଛନ୍ତି ଡାକ୍ତରମାନେ । ସେହିପରି ଦିଲ୍ଲୀର ଗୋଟିଏ ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଲିଭର ଦେଇ ନୂଆ ଜୀବନ ପ୍ରଦାନ କରାଯାଇଛି । ଦୁଇଟି କିଡ଼ନୀ ମଧ୍ୟରୁ ସମ୍ ଅଲଟିମେଟ୍‌ରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ଏବଂ କଟକ ବଡ଼ ମେଡ଼ିକାଲର ଜଣେ ରାଗୀଙ୍କୁ ଦିଆଯାଇ ଜୀବନ ସଞ୍ଚାର କରାଯାଇଛି । ୨୪ ତାରିଖ ଦିନ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ଏବଂ ଦିଲୀଙ୍କୁ ସବୁ ଅଙ୍ଗକୁ ପଠାଯାଇଥିଲା ।

ଯେଉଁ ମହାନ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ନିଜ ସବୁ ଅଙ୍ଗକୁ ଡୋନେଟ କରିବା ପାଇଁ ଇଛା ଜାହିର କରିଥିଲେ ସେ ହେଉଛନ୍ତି ୪୩ ବର୍ଷୀୟ ପ୍ରସନଜିତ୍ ମହାନ୍ତି । ୨୨ ତାରିଖ ଦିନ ଏକ ଦୂର୍ଘଟଣାର ଶିକାର ହୋଇ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ସମ୍ ଅଲଟିମେଟ୍‌ରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ୨୩ ତାରିଖ ଦିନ ତାଙ୍କୁ ଡାକ୍ତର ମାନେ ବ୍ରେନ୍ ଡେଡ଼୍ ଘୋଷଣା କରିଥିଲେ । ସ୍ତ୍ରୀ ଓ ପରିବାରଙ୍କ ସହ ଆଲୋଚନା କରିଥିଲେ ଡାକ୍ତର ମାନେ । ତାଙ୍କ ସ୍ତ୍ରୀ ମୃଦୁମଞ୍ଜରୀ ମାହାପାତ୍ର ସ୍ବାମୀଙ୍କ ଇଛା ମୁତାବିକ୍ ଅଙ୍ଗ ଦାନ ପାଇଁ ହଁ ଭରିଥିଲେ । ତାପରେ ଆରମ୍ଭ ହୋଇଥିଲା ସର୍ବଭାରତୀୟ ସ୍ତରରେ ସର୍ଚ୍ଚ।
କେଇ ଘଣ୍ଟା ଭିତରେ ଅଙ୍ଗ ନେବା ପାଇଁ କୋଲାକାତା, ଦିଲ୍ଲୀ, କଟକ ଏସସିବି ପକ୍ଷରୁ ରିକ୍ୟୁଏଷ୍ଟ ଆସିଥିଲା। ତା ପରେ ଆରମ୍ଭ ହୋଇଥିଲା ବ୍ରେନ୍ ଡେଡ୍ ହୋଇ ସାରିଥିବା ପ୍ରସନଜିତ୍ ମହାନ୍ତିଙ୍କ ଠାରୁ ଅଙ୍ଗ ବାହାର କରିବା ଡାକ୍ତରୀ କାମ । ରୋଟୋ(ରିଜିଓନାଲ ଅର୍ଗାନ ଆଂଡ଼ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ), ସୋଟୋ(ଷ୍ଟେଟ ଅର୍ଗାନ ଆଂଡ଼ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ) ଓ ନୋଟୋ( ନ୍ୟାସନାଲ ଅର୍ଗାନ ଆଂଡ଼ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ) ସମସ୍ତେ ସହାୟତାର ହାତ ବଢାଇଥିଲେ । ୨୪ ଘଣ୍ଟା ଭିତରେ ସବୁ ଅଙ୍ଗକୁ ବାହାର କରି ରୋପଣ କରିବା ନିହାତି ଜରୁରୀ ଥିଲା । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଡାକ୍ତର ମାନେ ସର୍ବଭାରତୀୟ ସ୍ତରରେ ଉଦ୍ୟମ କରିଥିଲ । ଗ୍ରୀନ କରିଡ଼ର ଜରିଆରେ ସମ୍ ଅଲ୍ଟିମେଟରୁ ବିଜୁପଟ୍ଟନାୟକ ଆନ୍ତଜାତୀୟ ବିମାନବନ୍ଦରକୁ ପଠାଯିବା ପରେ ସେଠରୁ କୋଲକାତା ଏବ ଦିଲୀ ପଠାଯାଇଥିଲା ।

ଜଣଙ୍କ ପ୍ରାଣତ୍ୟାଗର ୪ ଜଣଙ୍କ ଜୀବନ ବଞ୍ଚିଛି । ଛାତିରେ ପଥର ରଖି ସ୍ଵାମୀଙ୍କ କଥା ରକ୍ଷା କରି ସ୍ତ୍ରୀ ନେଇଥିଲେ ବଡ଼ ନିଷ୍ପତ୍ତି । ଆଜି ସାମ୍ବାଦିକ ସମ୍ମିଳନୀରେ ସେ ବି ଯୋଗ ଦେଇଥିଲେ । କହିଛନ୍ତି ମୋର କ୍ଷତି ଆଉ କେବେ ପୂରଣ ହେବ ନାହିଁ ସତ କିନ୍ତୁ ଏହି ଏହି ନିଷ୍ପତ୍ତି ସ୍ଵାମୀଙ୍କ ସମ୍ମାନ ଓ ଇଛା ପାଇଁ ନେଉଛି ବୋଲି କହିଥିଲେ । ବଞ୍ଚି ଥାଉ ଥାଉ ଅଙ୍ଗ ଦାନ ପାଇଁ ଇଛା କରିଥିଲେ । ଦୁଇ ତଥାପି ଡୋନେଟ୍ ପୂର୍ବରୁ ପରିବାର ସାଙ୍ଗସାଥୀ ସମସ୍ତଙ୍କ ପର୍ମିସନ୍ ମାଗିଥିଲି ବୋଲି କହିଛନ୍ତି । ଏବେ ଜନ୍ମ ଓ ମୃତ୍ୟୁ ଭିତରେ ବେଶି ଫରକ ଦେଖୁ ନ ଥିବା କହିଛନ୍ତି । ଗୋଟେ ଜୀବନ ଯାଉ ପଛେ ଚାରୋଟି ଜୀବନ ବଞ୍ଚିଲା। ଯେଉଁମାନେ ଅଙ୍ଗ ପାଇଛନ୍ତି ତାଙ୍କରି ପାଖରେ ମୋ ସ୍ବାମୀ ଙ୍କ ଆତ୍ମାକୁ ଦେଖିବି ବୋଲି ଭାବବିହ୍ବଳ ହୋଇ କହିଛନ୍ତି ମୃଦୃମଞ୍ଜରୀ ।

ସମ୍ ଅଲଟିମେଟ ମେଡ଼ିକେୟାର ପାଇଁ ଏହା ବହୁତ ବଡ଼ ଚ୍ୟାଲେଞ୍ଜ ଥିଲା । ପୂରା ହସପିଟାଲର ଡ଼ାକ୍ତର, ନର୍ସ ଓ ଅନ୍ୟ ଷ୍ଟାପ୍ ମାନେ ନନଷ୍ଟପ୍ କାମ କରିଥିଲେ । ବିଧିର ବିଧାନ କେ କରିବ ଆନ ଭଳି ପ୍ରସନଜିତଙ୍କ ଜୀବନ ରକ୍ଷା ହୋଇପାରିନଥିଲା ସତ କିନ୍ତୁ ତାଙ୍କ ଶରୀରରୁ ବାହାରିଥିବା ଅଙ୍ଗ ଦ୍ବାରା ଆଉ ୪ ଟି ଜୀବନ କୁ ବଞ୍ଚାଇ ଇତିହାସ ରଚିଛି ସମ୍ ଅଲଟିମେଟ ମେଡ଼ିକେୟାର । ମୃଦୃମଞ୍ଜରୀଙ୍କୁ ସମ୍ ଅଲଟିମେଟ୍ ପକ୍ଷରୁ ଚାକିରି ଯୋଗାଇ ଦିଆଯିବ ବୋଲି ସିଇଓ କହିଛନ୍ତି ।

 

Comments are closed.