ଆକାଶ ଟାଟାର କର୍ମଚାରୀ ନଥିଲେ: ସ୍ପଷ୍ଟ କଲା ଟାଟା ମୋଟର୍ସ

0

ଭୁବ‌ନେଶ୍ବର, ୫।୧୨: ଆକାଶ ପାଠକ କେବେ ବି ଟାଟାର ଅଧିକାରୀ ନଥିଲେ। ଏନେଇ ପୁଣି ଥରେ ସ୍ପଷ୍ଟ କରିଛି ଟାଟା ମୋଟର୍‌ସ୍‌। ଟାଟା ମୋଟର୍‌ସ୍‌ର ପୁନେ ପାସେଞ୍ଜର ଡିଭିଜନ୍‌ର ଏମ୍‌ଡି ପରିଚୟ ଦେଇ ବେରୋଜଗାର ଯୁବକ/ଯୁବତୀଙ୍କଠାରୁ କୋଟି କୋଟି ଟଙ୍କା ହଡ଼ପ କରିଥିବାର ଅଭିଯୋଗ ରହିଛି ଆକାଶଙ୍କ ଉପରେ। ଅନ୍ୟପଟେ, ଆକାଶ ଗଣମାଧ୍ୟମକୁ କହିଛନ୍ତି, ମୁଁ ଟାଟାରେ ଚାକିରି କରୁଥିଲି। କିନ୍ତୁ ଏବେ କାହାକିଁ ଟାଟା ମୋଟର୍‌ସ୍‌ ପକ୍ଷରୁ ମୋତେ ସମର୍ଥନ ମିଳୁନି ମୁଁ ଜାଣିପାରୁନି। ବାହାରକୁ ଗଲେ ମୁଁ ଟାଟାରେ ଚାକିରି କରୁଥିବା ନେଇ ସମସ୍ତ ପ୍ରମାଣ ଦେବି ବୋଲି ଆକାଶ କହିଛନ୍ତି। ଏଥିସହ ତାଙ୍କ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର ହୋଇଛି ବୋଲି ଆକାଶ ଅଭିଯୋଗ କରିଛନ୍ତି।

ଲକ୍‌ଡାଉନ୍‌ ସମୟରେ ଆକାଶ ନିଜକୁ ଟାଟା ମୋଟର୍ସର ଏମ୍‌ଡିର ପରିଚୟ ଦେଇ ସ୍କାଏ କିଙ୍ଗଠାରୁ ଚାର୍ଟର୍‌ ଫ୍ଲାଇଟ୍‌ ବୁକ୍‌ କରିଥିଲେ। ବୁକିଂ ପରେ ଜିଏସ୍‌ଟି ବାବଦ ଅର୍ଥ ଟାଟା କମ୍ପାନୀକୁ ଯାଇଥିବା ଚର୍ଚ୍ଚା ବି ହୋଇଥିଲା। କିନ୍ତୁ ଟାଟା କର୍ତୃପକ୍ଷ ଏ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏପରିକି ସ୍କାଏ କିଙ୍ଗ୍‌ ଟାଟାର ଭେଣ୍ଡର ନୁହେଁ ବୋଲି କମ୍ପାନି ସ୍ପଷ୍ଟ କରିଛି।

Leave A Reply

Your email address will not be published.