ପୁରୀ ସମୁଦ୍ର କୂଳରେ ବାର୍‌ହା ଆକ୍ରମଣ: ୨ ମହିଳା ସଫେଇକର୍ମୀ ଗୁରୁତର

ପୁରୀ, ୬।୧୨: ପୁରୀ ସମୁଦ୍ର କୂଳରେ ବାରହା ଆକ୍ରମଣରେ ଦୁଇ ଜଣ ମହିଳା ସଫେଇ କର୍ମୀ ଗୁରୁତର ଆହତ ହୋଇଛନ୍ତି। ସମୁଦ୍ର କୂଳ ସଫା କରୁଥିବା ବେଳେ ଏହି ଦୁଇ ମହିଳା ସଫେଇ କର୍ମୀଙ୍କୁ ବାର୍‌ହା ଆକ୍ରମଣ କରିଛନ୍ତି। ଆହତ ଦୁଇ କର୍ମଚାରୀ ବାଲି ନୋଳିଆ ସାହି ହରିଜନ ବସ୍ତିର ପ୍ରମିଳା ନାୟକ ଓ ରଶ୍ମିତା ନାୟକ ବୋଲି ଜଣାପଡ଼ିଛି। ଭୋର ପ୍ରାୟ ସାଢ଼େ ୪ଟା ସମୟରେ ସ୍ବର୍ଗଦ୍ବାର ନିକଟ ଭାରତ ସେବାଶ୍ରମ ଛକରେ ଘଟଣାଟି ଘଟିଛି। ଗୁରୁତର ଅବସ୍ଥାରେ ପ୍ରମିଳା ଓ ରଶ୍ମିତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅନ୍ୟପକ୍ଷେ ଜଣେ ମହିଳା ସଫେଇ କର୍ମଚାରୀ ଏହି ଘଟଣା ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି। ଆମକୁ ପ୍ରଶାସନ ପକ୍ଷରୁ ଭୋର ୩ଟାରୁ ପରିମଳ କାର୍ଯ୍ୟ କରିବାକୁ କୁହାଯାଉଛି, ଯାହା ଅସୁରକ୍ଷିତ ଅଟେ। ଆମକୁ ପୂର୍ବରୁ କୁହାଯାଇଥିଲା ଯେ ମହିଳା ପରିମଳ କର୍ମଚାରୀଙ୍କୁ ବିଳମ୍ବିତ ରାତି ଓ ଭୋର ସମୟରେ ପୁଲିସ ସୁରକ୍ଷା ଯୋଗାଇ ଦିଆଯିବ। ତେବେ ଏ ବାବଦରେ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି। ଏନେଇ ଆମେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବୁ ବୋଲି ସେ କହିଛନ୍ତି।

Comments are closed.