କାଲିଠାରୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ବର, ୨୦।୪: କରୋନାର ୨ୟ ଲହରୀ ତାହାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କୋଭିଡ୍‌ର ୨ୟ ଲହର ପ୍ରକୋପକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ବରରେ ପୁଣି ବନ୍ଦ ହେବ ସମସ୍ତ ଧାର୍ମିକ ଅନୁଷ୍ଠାନ। ଧାର୍ମିକ ଅନୁଷ୍ଠାନକୁ ଭକ୍ତ ପ୍ରବେଶ କରିପାରିବେ ନାହିଁ। ଧାର୍ମିକ ଅନୁଷ୍ଠାନରେ କେବଳ ହେବ ନୀତିକାନ୍ତି ପୂଜାର୍ଚ୍ଚନା। ବିଭିନ୍ନ ଧର୍ମର ଧର୍ମଗୁରୁ, କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି। ଖୁବଶୀଘ୍ର ଏଥିପାଇଁ ଜାରି ହେବ ଗାଇଡ଼ଲାଇନ।

ରାଜ୍ୟରେ କରୋନା ସ୍ଥିତି ଧିରେ ଧିରେ ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି ଗତ ୨୪ ଘଣ୍ଟା ମଧ୍ୟରେ ୪୭୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୭୭,୪୬୪ ରେ ପହଞ୍ଚିଛି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୮୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୯୭୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୮୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Comments are closed.