୨୮ ତାରିଖକୁ ଘୁଞ୍ଚିଲା ଆସିଷ୍ଟାଣ୍ଟ୍ ସର୍ଜନ ନିଯୁକ୍ତି ପରୀକ୍ଷା

ଭୁବନେଶ୍ବର, ୨୦।୪: ରାଜ୍ୟରେ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାପ୍ତାହିକ ସଟଡାଉନ୍ ଘୋଷଣା କରିଥିବାରୁ ଆସନ୍ତା ୨୫ ତାରିଖ ରବିବାର ହେବାକୁ ଥିବା ଆସିଷ୍ଟାଣ୍ଟ ସର୍ଜନ(ମେଡିକାଲ ଅଫସ୍‌ର) ପଦବୀ ପାଇଁ ନିଯୁକ୍ତି ପରୀକ୍ଷାକୁ ୨୮ ତାରିଖକୁ ଘୁଂଚାଇ ଦିଆଯାଇଛି।

ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଜାରି ସୂଚନା ଅନୁସାରେ, ପରୀକ୍ଷାର୍ଥୀମାନଙ୍କୁ କୋଭିଡ୍ ଗାଇଡଲାଇନ୍ ପାଳନ କରି ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା ଓ ହାତକୁ ପରିଷ୍କାର ଇତ୍ୟାଦି କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ପରୀକ୍ଷା କେନ୍ଦ୍ରରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜର ଓ ମାସ୍କ ଦେବାର ବ୍ୟବସ୍ଥା ହୋଇଛି। ଏପରିକି ପିଲାମାନେ ସାମାଜିକ ଦୂରତ୍ୱ ରକ୍ଷା କରି ବସିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ଆସୁଥିବା ପରୀକ୍ଷାର୍ଥୀଙ୍କ ଯେପରି କୌଣସି ଅସୁବିଧା ନହେବ ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଇଛି।

ସିଲିକନ ଇନଷ୍ଟିଚ୍ୟୁଟ୍ ବ୍ୟତୀତ ପୂର୍ବରୁ ଥିବା ଅନ୍ୟ ସମସ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକ ଅପରିବର୍ତ୍ତିତ ରହିଛି। ସିଲିକନ ବଦଳରେ ଜିଆଇଟିଏ(ଗୀତା)ରେ ଏକ ନୂଆ ପରୀକ୍ଷା କେନ୍ଦ୍ର ହୋଇଛି ଓ ଯେଉଁମାନଙ୍କର ପରୀକ୍ଷା କେନ୍ଦ୍ର ସିଲିକନ୍ ଥିଲା ସେମାନେ ଏବେ ଜିଆଇଟିଏରେ ପରୀକ୍ଷା ଦେବେ। ଏହି ପରିବର୍ତ୍ତିତ ସମସ୍ତ ତଥ୍ୟ ଓପିଏସସି ୱେବସାଇଟରେ ଉପଲବ୍ଧ ବୋଲି କୁହାଯାଇଛି।

Comments are closed.