ଭୁବନେଶ୍ୱର,୧୧/୯: ମିଛ ଖବର ପ୍ରସାରଣକୁ ନେଇ ସାଇବର ଥାନାର ଦ୍ୱାରସ୍ଥ ହେଲେ ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀ। ୱେବପୋର୍ଟାଲ ବିରୋଧରେ ମାମଲା ରୁଜୁ କରିବାକୁ ଥାନାର ଦ୍ୱାରସ୍ଥ ହେଲେ ଅନୁ। ଅନୁଙ୍କୁ କ୍ୟାନ୍ସର ହୋଇଥିବା ନେଇ ଗୁଜବ ପ୍ରଚାର କରିଥିଲା ଏକ ଓ୍ୱେବ ଚ୍ୟାନେଲ୍।
ଖବରରେ କୁହାଯାଇଥିଲା କି ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଛି। ଏହା ଜାଣିବା ପରେ ଆଇନର ଆଶ୍ରୟ ନେଇଛନ୍ତି ଅନୁ। ସେ କହିଛନ୍ତି ତୁରନ୍ତ ଏମିତି କାମ କରିଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏହାସହ ମଧ୍ୟ କହିଛନ୍ତି ଏଭଳି ଗୁଜବରୁ ଆପଣମାନେ ଦୂରେଇ ରୁହନ୍ତିୁ।ୟୁଟ୍ୟୁବ କରି ବହୁତ ଲୋକ ରୋଜଗାର କରୁଛନ୍ତି। ମାତ୍ର ଏମିତି ଥମ୍ବନେଲ୍ ଦେଇ ରୋଜଗାରର ପନ୍ଥା ଖୋଜନ୍ତୁନି ବୋଲି ସେ କହିଛନ୍ତି।
କାରଣ ମୁଁ ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ଅଛି। ସୁସ୍ଥ ଥିବାବେଳେ କ୍ୟାନ୍ସର ବୋଲି କହିବା ନିହାତି ହୀନ ମାନସିକତା। ଏଭଳି କୁଶ୍ଚିତ ମାନସିକ ଲୋକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କଲେ ଅନୁ। ସେପଟେ ଏତଲା ପାଇବା ପରେ ତଦନ୍ତ ଆରମ୍ଭ କରିଛି ସାଇବର ଥାନା।