କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ, ଇପିଏଫ୍ ଓ ଇଏସ୍ଆଇରେ ପଞ୍ଜିକୃତ କରାଇବାକୁ ଦାବି

ଭୁବନେଶ୍ଵର, ୧୧/୦୯ : ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ। କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ବିରୋଧରେ ନାରାବାଜି ଦିଆଯାଇଛି। ସଫେଇ କର୍ମଚାରୀମାନଙ୍କୁ ବିଭିନ୍ନ ସମୟରେ ନିର୍ଦ୍ଦେଶକ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକରୀ। ଏହାଶହ ପ୍ରତ୍ୟେକ କର୍ମଚାରୀଙ୍କୁ EPF ଓ ESIରେ ପଞ୍ଜିକୃତ କରାଇବା, କର୍ମଚାରୀମାନଙ୍କୁ ବିନା ପ୍ରମାଣରେ କାମରୁ ନିବୃତ ନକରାଇବା, ଦୁର୍ଗା ପୂଜାରେ ବୋନସ ଦେବା ଭଳି ବିଭିନ୍ନ ଦାବୀ ନେଇ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି।

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଏନେଇ କହିଛନ୍ତି ଯେ, ଆମେ ସଫେଇ କର୍ମଚାରୀମାନଙ୍କ ସହ ଆଲୋଚନା କରୁଛୁ । ତାଙ୍କର ମୌଳିକ ଦାବୀଗୁଡିକ ଆମେ ମାନି ନେଇଛୁ । ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଅନ୍ୟ ଏକ କମ୍ପାନୀ ଟେଣ୍ଡର ନେଇଛନ୍ତି । ସଫେଇ, ସିକ୍ୟୁରିଟି ଏବଂ ଆଟେଣ୍ଡାନ୍ସ ପାଇଁ ଏହି କମ୍ପାନୀ ଟେଣ୍ଡର ନେଇଛି । ନିୟମ ଅନୁଯାୟୀ ଆମେ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଥିଲୁ । ଯେତିକି ସଫେଇ କର୍ମଚାରୀ କ୍ୟାପିଟାଲ ହସ୍ପିଟାଲରେ କାମ କରୁଥିଲେ ସମସ୍ତେ କାମ ପାଇବେ । କାହାକୁ ଛଟେଇ କରାଯିବା ନାହିଁ । Epf ଏବଂ esi ରେ ମଧ୍ୟ କୌଣସି ଅସଙ୍ଗତି ରହିବ ନାହିଁ । ସେମାନେ ଲୋନ ଆକାରରେ ନୂତନ ଟେଣ୍ଡରଧାରୀ କମ୍ପାନୀକୁ ଟଙ୍କା ମାଗୁଛନ୍ତି । ଯେଉଁଟାକି ସମ୍ଭବପର ନୁହେଁ। ତେଣୁ ସେମାନେ ଆନ୍ଦୋଳନ କରୁଛନ୍ତି । ଆନ୍ଦୋଳନ ଫଳରେ ଚିକିତ୍ସାରେ ମଧ୍ୟ ବାଧା ଉପୁଜୁଛି।

 

Comments are closed.