ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; ପୁଣି ଥରେ ଆଶ୍ରିତଙ୍କ ଉପରେ ଭରସା

0

ଭୁବନେଶ୍ବର, ୨୫।୩: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ଆଜି ତା’ର ପ୍ରାର୍ଥୀ ଘୋଷଣା କରିଛି। ପୁରୀ ଜିଲ୍ଲା ସଭାପତି ତଥା ପିପିଲିରୁ ପୂର୍ବରୁ ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ଏଥର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। ଦଳର ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଆସନ୍ତା ଏପ୍ରିଲ ୧୭ ତାରିଖରେ ପିପିଲି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ବିଜେପି ଆଜି ତା’ର ପ୍ରାର୍ଥୀ ଭାବେ ପୁଣିଥରେ ଆଶ୍ରିତ ପଟ୍ଟନାୟକଙ୍କ ଉପରେ ଭରସା କରିଛି। ଶ୍ରୀ ପଟ୍ଟନାୟକ ୨୦୧୯ ସାଧାରଣ ନିର୍ବାଚନରେ ପିପିଲିରୁ ଦଳର ପ୍ରାର୍ଥୀ ହୋଇ ବିଜେଡିର ହେଭିୱେଟ୍ ନେତା ଦିବଂଗତ ପ୍ରଦୀପ ମହାରଥୀଙ୍କଠୁ ପରାଜିତ ହୋଇଥିଲେ।

ଅବଶ୍ୟ ବିଜେଡିର ଦୁର୍ଗ ଭାବେ ପରିଚିତ ପିପିଲିରେ ଶ୍ରୀ ପଟ୍ଟନାୟକଙ୍କ ପ୍ରଦର୍ଶନ ୨୦୧୯ ସାଧାରଣ ନିର୍ବାଚନରେ ବେଶ୍ ଭଲ ରହିଥିଲା। ସେହି ନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ଭଳି ଟାଣୁଆ ବିଜେଡି ନେତାଙ୍କୁ ସେ କଡ଼ା ଟକ୍କର ଦେଇଥିଲେ।

ସେହି ନିର୍ବାଚନରେ ଆଶ୍ରିତ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲା। ତେବେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ମାତ୍ର ୧୫,୭୮୭ ଭୋଟରେ ଆଶ୍ରିତ ପରାସ୍ତ ହୋଇଥିଲେ।

 

Leave A Reply

Your email address will not be published.