ବରମୁଣ୍ଡାରେ ଆଇଏସବିଟି ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ୫-ଟି ସଚିବ

0

ଭୁବନେଶ୍ୱର ୨୫।୭: ଆଜି ଭୁବନେଶ୍ୱରର ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପ କାମର ସମୀକ୍ଷା ପାଇଁ ବରମୁଣ୍ଡାରେ ସକାଳୁ ପହଞ୍ଚିଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ। ବରମୁଣ୍ଡାରେ ଆଇଏସ୍‌ବିଟି ପ୍ରକଳ୍ପର ଅଗ୍ରଗତି ନେଇ ୫-ଟି ସଚିବ ଏହି ଭ୍ରମଣ ସମୟରେ ସମୀକ୍ଷା କରିଛନ୍ତି । ତାଙ୍କର ଏହି ଗସ୍ତରେ ବିଏମ୍‌ସି କମିସନର ସଞ୍ଜୟ ସିଂହ, ପୂର୍ତ୍ତ ସଚିବ କ୍ରିଷନ କୁମାର ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା ମଧ୍ୟ ଉପସ୍ଥିତ ଥିଲେ। ୨୦୨୨ ସୁଦ୍ଧା ଶେଷ ହେବ ଇଣ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ। ଏହି ପ୍ରକଳ୍ପ ପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଖଣ୍ଡଗିରିରେ ଥିବା ବସ୍ ଡିପୋରେ ୩୦୦ ବସ୍ ଏକା ସାଙ୍ଗରେ ରହିପାରିବେ। ଏହାସହ କେୟାର ହସ୍ପିଟାଲ ନିକଟରେ ବସ୍ତି ଅଞ୍ଚଳ ପାଇଁ ହେଉଥିବା ହାଉସିଂ ପ୍ରୋଜେକ୍ଟ କାମର ମଧ୍ୟ ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ। ଇନଫୋସିଟି ଅଞ୍ଚଳରେ ଚାଲିଥିବା ଇଡ୍‌କୋ କନଷ୍ଟ୍ରକ୍ସନ ସାଇଟରେ ୫-ଟି ସଚିବ କାମ ତଦାରଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ସମୀକ୍ଷା କରାଯାଇଥିବା କୁହାଯାଉଛି।

Leave A Reply

Your email address will not be published.