ସୋମବାର ବିଧାୟିକା ଭାବେ ଶପଥ ନେବେ ବର୍ଷା ସିଂହ ବରିହା

0

ଭୁବନେଶ୍ୱର,୧୧/୧୨: ପଦ୍ମପୁରରେ ବିଜୟୀ ହେବା ପରେ ଶନିବାର ବାଚସ୍ପତିଙ୍କୁ ଭେଟିଛନ୍ତି ବିଧାୟିକା ବର୍ଷା ସିଂ ବରିହା । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ସରକାରୀ ବାସଭବନରେ ସେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଆସନ୍ତା ସୋମବାର ବର୍ଷା ବିଧାୟିକା ଭାବେ ଶପଥ ନେବେ ।

ପଦ୍ମପୁରବାସୀଙ୍କ ସ୍ୱପ୍ନକୁ ସାକାର କରିବେ ବୋଲି ସେ କହିଛନ୍ତି । ପ୍ରତିଶ୍ରୁତି ପୂରଣ କରିବା ସହ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ବର୍ଷା । ଲୋକ କିପରି ସରକାରୀ ଯୋଜନାର ସୁବିଧା ପାଇପାରିବେ, ସେନେଇ ଗୁରୁତ୍ୱ ଦେବା ସହ ଲୋକଙ୍କ ସମସ୍ୟା ସମାଧାନକୁ ପ୍ରାଥମିକତା ଦେବେ ବୋଲି ବର୍ଷା କହିଛନ୍ତି।

 

Leave A Reply

Your email address will not be published.