କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେଲେ ବସବରାଜ ବୋମ୍ମଇ

ନୂଆଦିଲ୍ଲୀ, ୨୭।୭: କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ବିଜେପି ବିଧାୟକ ଦଳର ବସବରାଜ ବୋମ୍ମଇ ନିର୍ବାଚିତ ହୋଇଛନ୍ତି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ସୋମବାର ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଆଜି ବେଙ୍ଗାଲୁରୁରେ ବିଜେପି ବିଧାୟକ ଦଳର ବସବରାଜ ବୋମ୍ମଇଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଛି । ୟେଦିୟୁରପ୍ପା କେନ୍ଦ୍ରମନ୍ତ୍ରୀ ଜି କିସନ ରେଡ୍ଡୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ହୋଟେଲରେ ପହଞ୍ଚିଥିଲେ। ସେଠାରେ ବିଧାୟକ ଦଳର ବୈଠକ ହୋଇଥିଲା। ବୈଠକରେ ବସବରାଜ୍‌ଙ୍କ ନାମରେ ମୋହର ବାଜିଥିଲା। ଏହି ଭିତରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଥିବା  ବସବରାଜ ବୋମ୍ମଇ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଥିଲେ । ଆସନ୍ତାକାଲି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋମ୍ମଇ। ସୂଚନାଯୋଗ୍ୟ, କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲେ ବସବରାଜ ବୋମ୍ମଇ, ବିଶ୍ୱେଶ୍ୱରା ହେଗଡେ କଗେରୀ ଓ କେନ୍ଦ୍ରୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

 

Comments are closed.