ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ

ଭୁବନେଶ୍ବର, ୩।୪: ଆଇଏଏସ୍ ସ୍ତରରେ ଏକ ଛୋଟଧରଣର ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ ବିଭାଗରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ହେଇଛନ୍ତି ବରିଷ୍ଠ ଆଇଏଏସ୍‌ ବୀର ବିକ୍ରମ ଯାଦବ। ବୀର ବିକ୍ରମ ଯାଦବଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହ ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ ବୀର ବିକ୍ରମ।

ନିକୁଞ୍ଜ କିଶୋର ସୁନ୍ଦରାୟ ହୋଇଛନ୍ତି ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ମୋନା ଶର୍ମାଙ୍କ ବଦଳରେ ତାଙ୍କୁ ମିଳିଛି ଏହି ନିଯୁକ୍ତି।  ଶୁଭମ୍ ସକ୍କେନାଙ୍କୁ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଭାବେ ମଧ୍ୟ ସେ ଅତିରିକ୍ତ ଦାୟିତ୍ୱ ତୁଳାଇବେ। ଆଇଏଫ୍ଏସ୍ ସଞ୍ଜିବ କୁମାର ଚଢ଼ା ହୋଇଛନ୍ତି ଏଗ୍ରିକଲ୍ଚର ଓ ମାର୍କେଟିଂ ନିର୍ଦ୍ଦେଶକ। ସମନ୍ୱୟ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତାଙ୍କୁ ଦିଆଯାଇଛି।

 

Comments are closed.