ଭଦ୍ରକ, ଢେଙ୍କାନାଳ ଜିଲ୍ଲାପାଳ ବଦଳିଲେ

ଭୁବନେଶ୍ବର,୯/୮: ରାଜ୍ୟ ସରକାର ଆଜି ଆଇଏଏସ୍‌ ଓ ବରିଷ୍ଠ ଓଏଏସ୍‌ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ବର୍ତ୍ତମାନର ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ବରିଷ୍ଠ ଓଏଏସ୍‌ ଅଧିକାରୀ ତଥା ଆୟୁଷର ନିର୍ଦ୍ଦେଶକ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କର ଆୟୂଷ ନିର୍ଦ୍ଦେଶକ ଭାବେ ବଦଳି ହୋଇଥିଲା ବେଳେ ଢେଙ୍କାନାଳରେ ତାଙ୍କ ସ୍ଥାନ ଦେଇଛନ୍ତି  ଓଡ଼ିଶା ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ସେଠୀ। ପଞ୍ଚାୟତିରାଜ ନି‌ର୍ଦ୍ଦେଶକ ଥିବା ଉମାକାନ୍ତ ତ୍ରିପାଠୀଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନୂଆ ନିଯୁକ୍ତି ଦିଆଯାଇଛି। ଏହି ବଦଳି ସଂକ୍ରାନ୍ତରେ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

Comments are closed.