୮ରେ ଭାରତ ବନ୍ଦ!

0

ଭୁବନେଶ୍ବର, ୪।୧୨: ଆସନ୍ତା ୮ ତାରିଖରେ ଭାରତ ବନ୍ଦ ହୋଇପାରେ। ଦିଲ୍ଲୀରେ ଆନ୍ଦୋଳନରତ ଚାଷୀ ଆଜି ଭାରତ ବନ୍ଦର ଡାକରା ଦେଇଛନ୍ତି। କୃଷି ଆଇନକୁ ବିରୋଧ କରି ଚାଷୀମାନେ ଏକ ସପ୍ତାହ ହେଲା ଆନ୍ଦୋଳନ ଜାରି ରଖିଥିବା ବେଳେ ଏଯାଏଁ କୌଣସି ନିଷ୍କର୍ସ ବାହାରି ପାରୁନାହିଁ। ଏନେଇ ୪ ଥର ବୈଠକ ବି ଅନୁଷ୍ଠିତ ହୋଇସାରିଛି। ତଥାପି ଆନ୍ଦୋଳନ ଜାରି ରହିଛି। ତେବେ ଆସନ୍ତାକାଲି ସରକାର ଓ ଚାଷୀମାନଙ୍କ ମଧ୍ୟରେ ପୁଣି ବୈଠକ ବସିବ।ଏଥିରେ କୌଣସି ଚୂଡ଼ାନ୍ତ ନିଷ୍ପତି ନ ହୋଇପାରିଲେ ୮ ତାରିଖ ଦିନ ଭାରତ ବନ୍ଦ ପାଇଁ ଆହ୍ବାନ ଦେଇଛନ୍ତି ଚା‌ଷୀନେତା।

ନୂତନ କୃଷି ଆଇନକୁ ବିରୋଧ କରି ପଞ୍ଜାବ, ହରିଆଣା ଓ ଦେଶର ଅନ୍ୟ କିଛି ରାଜ୍ୟର ଚାଷୀ ମାନେ ୮ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ବିଲରେ ସେମାନେ ସର୍ବନିମ୍ନ ସହାୟକ ରାଶିକୁ ଆଇନସିଦ୍ଧ କରିବାକୁ ଦାବି କରିଥିବା ବେଳେ ବିଲରେ ଥିବା କଣ୍ଟାକ୍ଟ ଫାର୍ମିଂକୁ ବିରୋଧ କରିଛନ୍ତି । ଏନେଇ ସେମାନେ ଶୀତ କାକରରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଏନେଇ ଚାଷୀ ନେତା ଓ ସରକାରଙ୍କ ଭିତରେ ୪ ଥର ବୈଠକ ବସି ସାରିଲାଣି ।

ହେଲେ ବୈଠକରେ କିଛି ନିସ୍ପତ୍ତି ବାହାରିପାରୁ ନଥିବା ବେଳେ ଚାଷୀ ମାନେ କିନ୍ତୁ ଆନ୍ଦୋଳନରୁ ଓହୁରିବାକୁ ରାଜି ହୋଇ ନାହାନ୍ତି । ଆସନ୍ତା କାଲି ପୁଣି ସରକାର ଓ କୃଷକ ମାନଙ୍କ ମଧ୍ୟରେ ବୈଠକ ବସିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଏହି ଆନ୍ଦୋଳନକୁ ବିଶେଷ କରି ପଞ୍ଜାବର କୃଷକ ମାନେ ନେତୃତ୍ୱ ନେଉଥିବା ବେଳେ ସେଠାକାର ନେତା, ଖେଳାଳୀ, ଲେଖକ ଆଦି କୃଷକ ଆନ୍ଦୋଳନକୁ ସମର୍ଥନ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ସେମାନଙ୍କୁ ଦିଆଯାଇଥିବା ପୁରସ୍କାର ଫେରସ୍ତ କରିବାରେ ଲାଗିଛନ୍ତି ।

Leave A Reply

Your email address will not be published.