ଆମପାଣିଠାରେ ବିଜୁ ଏକ୍ସପ୍ରେସ ୱେ ଲୋକାର୍ପିତ

କୋକସରା, ୫/୩:କଳାହାଣ୍ଡି ଜିଲ୍ଲାରୁ ବିକାଶର ଆଉ ଏକ ନୂତନ ସୋପାନ। ବିଜୁ ଏକ୍ସପ୍ରେସ ୱେକୁ ରବିବାର କୋକସରା ବ୍ଲକର ଆମପାଣିଠାରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଧର୍ମଗଡରୁ ହେଲିକ୍ୟାପ୍ଟର ଯୋଗେ ସ୍ଥାନୀୟ କନ୍ଦାଗଡ ପଡ଼ିଆରେ ଅବତରଣ କରିବା ପରେ କାର ଯୋଗେ ମୁଖ୍ୟମନ୍ତ୍ରୀ ଆସିଥିଲେ। ଘାଟିପଡା ଆମପାଣି ପଥପ୍ରାନ୍ତ କେନ୍ଦ୍ର ନିକଟରେ ବିଜୁ ଏକ୍ସପ୍ରେସ ୱେକୁ ଲୋକାର୍ପଣ କରିଥିଲେ। ନିଜର ଅଭିଭାଷଣ ରେ ପ୍ରଥମେ ଜୟ ବୁଢ଼ାରଜା କହିଥିଲେ। ଏଥିସହ ୫୯୦ କୋଟି ୮୪ ଲକ୍ଷ ବ୍ୟୟ ବରାଦରେ ନିର୍ମିତ ବିଜୁ ଏକ୍ସପ୍ରେସ ୱେକୁ ପଶ୍ଚିମ ଓଡିଶାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ।ବିଜୁ ଏକ୍ସପ୍ରେସ ୱେ ପାଇଁ ଆପନ ମାନେ ଖୁସି ତ କହି ଲୋକଙ୍କ ନିକଟରୁ ବିଦାୟ ନେଇଥିଲେ।ମୁଖ୍ୟମନ୍ତ୍ରୀଙ୍କ ସହ ୫ ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନ ମଞ୍ଚରେ ଉପସ୍ଥିତ ଥିଲେ।

ରାଜ୍ୟସଭା ସାଂସଦ ସୁଜିତ କୁମାର, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ ବିଧାୟକ ମୌଷଧି ବାଗ, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ନର୍ଲା ବିଧାୟକ ଭୁପିନ୍ଦର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କଳାହାଣ୍ଡି ପୁଷ୍ପେନ୍ଦ୍ର ସିଂଦେଓ,କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଜିଲ୍ଲା ଯୁବ ସଭାପତି ବିଜେଡି ଆଦିତ୍ୟ ନନ୍ଦ ଓ କୋକସରା ବ୍ଲକ ର ନିର୍ବାଚିତ ଜନ ପ୍ରତିନିଧି ସମେତ ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଉପସ୍ଥିତ ଥିଲେ।

Comments are closed.