କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ପ୍ରତିନିଧିମଣ୍ଡଳୀ

ନୂଆଦିଲ୍ଲୀ: ବିଜୁ ଜନତା ଦଳର ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦ ପ୍ରତିନିଧିମଣ୍ଡଳୀ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଆଜି ସକାଳେ ସାଂସଦ ପ୍ରତିନିଧିମଣ୍ଡଳୀ ଶାହାଙ୍କୁ ତାଙ୍କ ସଂସଦ ଚାମ୍ବରରେ ଭେଟି ଏକ ସ୍ମାରକପତ୍ର ଦେଇଛନ୍ତି। ସ୍ମାରକପତ୍ର‌ରେ ରାଜ୍ୟଗୁଡ଼ିକର ସଶକ୍ତିକରଣ ପାଇଁ ଏକ କେନ୍ଦ୍ରୀୟ ଆଇନ ପ୍ରଣୟନ କରି ସଂରକ୍ଷଣକୁ ୫୦% ରୁ ଅଧିକ ବୃଦ୍ଧି କରିବା ଓ ଏସଇବିସି/ଓବିସିଗୁଡ଼ିକୁ ଚିହ୍ନଟ ଏବଂ ଗଣନା ପାଇଁ ଜାତିଭିତ୍ତିକ ଜନଗଣନା କରିବା ବିଷୟରେ ପ୍ରସ୍ତାବ ଦିଆଯାଇଥିଲା

ଏହି ସ୍ମାରକପତ୍ର‌କୁ ଦେଖି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ବିଜେଡି ସାଂସଦଙ୍କ ସଂରକ୍ଷଣ  ୫୦% ରୁ ଅଧିକ ବୃଦ୍ଧି ଏବଂ ଏସଇବିସି/ଓବିସି ପାଇଁ ଜାତିଭିତ୍ତିକ ଜନଗଣନା ପାଇଁ ଥିବା ଉଦବେଗକୁ ପ୍ରଶଂସା କରିଛନ୍ତି। ଏହି ବୈଠକ ଆନ୍ତରିକ ଏବଂ ସକରାତ୍ମକ ଥିଲା ବୋଲି ଜଣାପଡ଼ିଛି।

Comments are closed.