ବ୍ରଜରାଜନଗରରେ ବିଜୟର ପତାକା ଉଡ଼ାଇଲା ବିଜେଡି

୬୫ ହଜାରରୁ ଅଧିକ ଭୋଟରେ ଅଳକା ବିଜୟୀ

0

ବ୍ରଜରାଜନଗର, ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ୍। ଫେଲ୍ ମାରିଲା ବିରୋଧୀଙ୍କ ଷ୍ଟ୍ରାଟେଜି। ପ୍ରାୟ ୬୫ ହଜାରରୁ ଅଧିକ ଭୋଟରେ ବିଜୟିନୀ ହେଲେ ଅଳକା ମହାନ୍ତି। କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇ ଅଳକା ଜିତାପଟ୍ ମାରିଛନ୍ତି। ସେହିପରି ବିଜେପି ପ୍ରାର୍ଥୀନି ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି। ବିଜୟୀ ହେବା ପରେ ଅଳକା ମହାନ୍ତି ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କ ଉପରେ ବିଶ୍ଵାସ ରଖିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳୀୟ କର୍ମୀ ଓ ଜନସାଧାରଣଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି।

ପ୍ରକାଶ ଥାଉକି, ସ୍ୱର୍ଗତ ବିଧାୟକ କିଶୋର କୁମାର ମହାନ୍ତିଙ୍କ ଧର୍ମପତ୍ନୀ ହେଉଛନ୍ତି ଅଳକା ମହାନ୍ତି । ବିଜେଡି ବିଧାୟକ କିଶୋର କୁମାର ମହାନ୍ତିଙ୍କ ଗତ ଡିସେମ୍ବର ୩୦ ତାରିଖ ଦିନ ଅକାଳ ବିୟୋଗ ପରେ ବ୍ରଜରାଜନଗର ବିଧାନସଭା ପାଇଁ ଉପନିର୍ବାଚନ ହୋଇଥିଲା ଆଜି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ବିପୁଳ ସମର୍ଥନରେ ଅଳକା ବାଜିମାତ୍ କରିଛନ୍ତି।

Leave A Reply

Your email address will not be published.