ବଦଳିଲା ନବୀନଙ୍କ ମନ୍ତ୍ରୀମଣ୍ଡଳ କାୟା, ୨୧ ମନ୍ତ୍ରୀ ନେଲେ ଶପଥ

0

ଭୁବନେଶ୍ଵର, ୫।୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର କାୟା ପରିବର୍ତ୍ତନ କରିଛନ୍ତି। ନବୀନଙ୍କ ନୂଆ ଟିମ୍‌ର ୨୧ ଜଣ ମନ୍ତ୍ରୀ ଆଜି ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣ ହେଉଛନ୍ତି କ୍ୟାବିନେଟ୍ ଓ ୮ ରାଷ୍ଟ୍ରମନ୍ତ୍ରୀ। ନବୀନଙ୍କ ନୂଆ ଟିମ୍‌ରେ କ୍ୟାବିନେଟରେ ଜଣେ ନୂଆ ମୁହଁକୁ ସୁଯୋଗ ମିଳିଛି। ସେହିଭଳି ୯ ଜଣ ମନ୍ତ୍ରୀଙ୍କୁ ରିପିଟ୍ କରାଯାଇଛି। ଏଥିସହ ଆଜି ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟାଯାଇଛି।

କ୍ୟାବିନେଟ୍ ମନ୍ତ୍ରୀ

ଜଗନ୍ନାଥ ସାରକା- ଆଦିବାସୀ କଲ୍ୟାଣ, ଆଇନ ବିଭାଗ

ନିରଞ୍ଜନ ପୂଜାରୀ- ଅର୍ଥ ଓ ସଂସଦୀୟ ବ୍ୟାପାର

ପ୍ରମିଳା ମଲ୍ଲିକ- ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ

ରଣେନ୍ଦ୍ର ପ୍ରତାପ ସ୍ଵାଇଁ- କୃଷି ଓ ମତ୍ସ୍ୟ ସମ୍ପଦ ବିଭାଗ

ଉଷା ଦେବୀ- ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ

ପ୍ରଫୁଲ୍ଲ ମଲ୍ଲିକ- ଇସ୍ପାତ ଓ ଖଣି, ପୂର୍ତ୍ତ

ପ୍ରତାପ ଦେବ- ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶକ୍ତି

ଅତନୁ ସବ୍ୟସାଚୀ ନାୟକ- ଯୋଗାଣ, ସମବାୟ

ପ୍ରଦୀପ ଅମାତ- ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ, ସୂଚନା ଓ ଲୋକସମ୍ପର୍କ

ନବ କିଶୋର ଦାସ- ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ

ଅଶୋକ ଚନ୍ଦ୍ର ପଣ୍ଡା- ବିଜ୍ଞାନ, ଓ ପ୍ରଯୁକ୍ତି, ଭିନ୍ନକ୍ଷମ ସଶକ୍ତିକରଣ

ଟୁକୁନି ସାହୁ- ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ

ରାଜେନ୍ଦ୍ର ଢୋଲକିଆ- ଯୋଜନା ଓ ସଂଯୋଜନା

 

ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ)

ସମୀର ରଞ୍ଜନ ଦାଶ- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଅଶ୍ଵିନୀ କୁମାର ପାତ୍ର- ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସଂସ୍କୃତି, ଅବକାରୀ

ପ୍ରୀତି ରଞ୍ଜନ ଘଡ଼େଇ- ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

ଶ୍ରୀକାନ୍ତ ସାହୁ- ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା

ତୁଷାରକାନ୍ତି ବେହେରା- ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବ ସେବା, ଗୃହ ବିଭାଗ

ରୋହିତ ପୂଜାରୀ- ଉଚ୍ଚ ଶିକ୍ଷା

ରୀତା ସାହୁ- ହସ୍ତତନ୍ତ ଓ ବୟନ ଶିଳ୍ପ

ବାସନ୍ତୀ ହେମ୍ଵ୍ରେମ୍- ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି

Leave A Reply

Your email address will not be published.