ଭାରତରୁ ଚୀନ୍ ୩୭ ହଜାର ବର୍ଗକିମି ନେଲା ବେଳେ ଶୋଇଥିଲେ ରାହୁଲଙ୍କ ଜେଜେ

ଚୀନ୍ ପ୍ରସଙ୍ଗରେ ରାହୁଲଙ୍କୁ ବିଜେପିର ପାଲଟା ଆକ୍ରମଣ

0

ନୂଆଦିଲ୍ଲୀ, ୧୭।୧୨: ‘ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ହେଲେ କେନ୍ଦ୍ର ସରକାର ଶୋଇଛନ୍ତି’ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏଭଳି ବିବୃତ୍ତି ଉପରେ ଜବାବ ରଖିଛନ୍ତି ବିଜେପି ନେତା ରାଜ୍ୟ ବର୍ଦ୍ଧନ ସିଂ ରାଠୋଡ୍ । କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଜେଜେ ବାପା’ ଶୋଇଥିଲେ, ଯେତେବେଳେ କି ଭାରତ ଠାରୁ ଚୀନ୍ ୩୭ ହଜାର ବର୍ଗ କିଲୋମିଟର ଛଡାଇ ନେଇଥିଲା । ସେ ଚୀନ୍‌ର ଏତେ ନିକଟତର ହୋଇଥିଲେ ଯେ ସେମାନେ ପରବର୍ତ୍ତୀ ସମୟରେ କଣ କରିବେ ତାଙ୍କୁ ଜଣାଥିଲା । ରାଠୋଡ୍ କହିଛନ୍ତି ଯେ ରାଜୀବ ଗାନ୍ଧୀ ଫାଉଣ୍ଡେସନ ଚାଇନାର କମ୍ୟୁନିଷ୍ଟ ପାର୍ଟିରୁ ୧୩୫ କୋଟି ଟଙ୍କା ଦାନ ଗ୍ରହଣ କରିଛି ।

ଏଥି ସହିତ ବିଜେପି ମୁଖପାତ୍ର ଶାହାଜାଦ ପୁନାୱାଲା କହିଛନ୍ତି ଯେ ଆଜି ରାହୁଲ ଗାନ୍ଧୀ ପ୍ରମାଣ କରିଛନ୍ତି ଯେ, ସିସିପି ଚୀନ୍ କମ୍ୟୁନିଷ୍ଟ ପାର୍ଟି ନୁହେଁ ବରଂ ଏହା କଂଗ୍ରେସର ଚୀନ୍ ପ୍ରୋପାଗଣ୍ଡା ଏବଂ INC ର ଅର୍ଥ ହେଉଛି ଆଇ ନିଡ୍ ଚାଇନୀଜ୍ ଏମଓୟୁ, ଆଇ ନିଡ୍ ଚାଇନୀଜ୍ ମନି (ମୋର ଚୀନ୍ ଏମଓ ଦରକାର, ମୋତେ ଚାଇନାର ଟଙ୍କା ଦରକାର) । ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଏମଓୟୁ କାରଣରୁ ସେ ଚୀନ୍ ବିଷୟରେ ପ୍ରଚାର କରୁଛନ୍ତି ଏବଂ ଭାରତୀୟ ସେନାର ମନୋବଳକୁ ଆଘାତ ଦେବାକୁ ଚେଷ୍ଟା କରୁଛନ୍ତି । ବିଜେପି ମୁଖପାତ୍ର କହିଛନ୍ତି ଯେ ରାହୁଲ ଗାନ୍ଧୀ ସର୍ଜିକାଲ ଷ୍ଟ୍ରାଇକ, ବାଲାକୋଟ ଏୟାର ଷ୍ଟ୍ରାଇକକୁ ମିଛ ବୋଲି କହିଛନ୍ତି । ସେ ରକ୍ତ ଦଲାଲି ହୋଇଥିବା କହିଛନ୍ତି, କେହି ମଲେ ନାହିଁ ବରଂ ଛଞ୍ଚାଣ, କାଉ ମରିଗଲେ ।

ପୁନାୱାଲା କହିଛନ୍ତି ଯେ ରାହୁଲ ଗାନ୍ଧୀ ଗାଲଭାନରୁ ତାୱାଙ୍ଗ ପର୍ଯ୍ୟନ୍ତ ସେନାର ବାହାଦୂରୀ ଏବଂ ପରାକ୍ରମ ଉପରେ ପ୍ରଶ୍ନ କରିବାର ବଡ ପାପ କରିଛନ୍ତି । ସେ କହିଛନ୍ତି ଯେ ଏ ହେଉଛନ୍ତି ସେହି ରାହୁଲ ଗାନ୍ଧୀ, ଯାହାର ପରିବାର ଚାଇନାକୁ ୩୮ ହଜାର ବର୍ଗକିଲୋମିଟର ଦେଇଥିଲେ , ଯାହାର ଶାସନ କାଳରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଅର୍ଥନୈତିକ ସ୍ୱାର୍ଥ ପାଇଁ ଆପୋଷ ବୁଝାମଣା ହୋଇଥିଲା ।

ସୂଚନାଥାଉକି, ଯେ ରାହୁଲ ଗାନ୍ଧୀ ରାଜସ୍ଥାନର ଦୌସା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ତାୱାଙ୍ଗ ଘଟଣା ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଚୀନ୍ ଭାରତ ସୀମାରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଏବଂ ଭାରତ ସରକାର ଶୋଇଛନ୍ତି ଏବଂ ବିପଦକୁ ଅଣଦେଖା କରିବାକୁ ଚେଷ୍ଟା କରୁଛନ୍ତି । ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ ଚୀନ୍ ୨ ହଜାର ବର୍ଗ କିଲୋମିଟର ଭାରତୀୟ ଅଞ୍ଚଳ ଦଖଲ କରିଛି ।  ୨୦ ଜଣ ଭାରତୀୟ ସୈନିକଙ୍କୁ ହତ୍ୟା କରିଛି ଏବଂ ‘ଅରୁଣାଚଳ ପ୍ରଦେଶରେ ଆମର ଯବାନ ମାନଙ୍କୁ ମାଡ ମାରୁଛି’।

 

Leave A Reply

Your email address will not be published.