ମୋଦିଙ୍କ ହେଲିକପ୍ଟର ଆଡ଼କୁ କଳାବେଲୁନ ଉଡ଼ାଇ ୪ ଗିରଫ

ହାଇଦ୍ରାବାଦ, ୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଆଡ଼କୁ ଛାଡ଼ିଲେ କଳାବେଲୁନ। ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାରେ କଂଗ୍ରେସ କର୍ମୀ ଛାଡ଼ିଲେ କଳା ବେଲୁନ। ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ କଳାବେଲୁନ ଛାଡ଼ି ପ୍ରତିବାଦ କରିଛି କଂଗ୍ରେସ। କଳା ବେଲୁନଗୁଡ଼ିକ ମୋଦିଙ୍କ ହେଲିକପ୍ଟର ପାଖାପାଖି ହୋଇଯାଇଥିଲା।  ଏହି ଘଟଣାର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗକୁ ଗୁରୁତର ସହ ନେଇଛି  ଆନ୍ଧ୍ର ପୁଲିସ। ଏହି ଘଟଣାରେ ୪ ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚପର୍‌ଟି ଆନ୍ଧ୍ରପ୍ରଦେଶର ଏକ ବିମାନ ବନ୍ଦରରୁ ଓହ୍ଲାଇବା ସମୟରେ କଳା ବେଲୁନ୍ ଦେଖିବାକୁ ମିଳିଥିଲା। ବିଜୟୱାଡାର ଗାନ୍ନାଭାରାମ ବିମାନ ବନ୍ଦରରେ ବିମାନ ଉଡ଼ାଣ ପରେ ମୋଦିଙ୍କ ହେଲିକପ୍ଟର ନିକଟରେ ବେଲୁନ୍ ଦେଖାଯାଇଥିଲା। ଭୀମଭରାମ ବିମାନ ବନ୍ଦରଠାରୁ ୪.୫ କିଲୋମିଟର ଦୂରରେ ଦୁଇଟି ବେଲୁନ୍ ଛଡ଼ା ଯାଇଥିବା ପୁଲିସ କହିଛି।

ଆଜି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସ କର୍ମୀମାନେ ବିରୋଧ କରିଥିବା ବେଳେ କଳା ବେଲୁନ୍ ଏବଂ ପ୍ଲାକାର୍ଡ ଧରିଥିବା ନଜର ଆସିଥିଲେ। ଏହି ଘଟଣାରେ ୪ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ପୁଲିସ।  କଂଗ୍ରେସ ନେତାମାନେ କଳା ବେଲୁନ୍ ଦେଖାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧ କରିବାକୁ ଦେଶବ୍ୟାପି ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏକ ସ୍ୱତନ୍ତ୍ର ବିମାନରେ ହାଇଦ୍ରାବାଦରୁ ବିଜୟୱାଡାର ଭୀମଭରାମ ବିମାନ ବନ୍ଦରକୁ ଯିବା ଅଭିମୁଖେ କଳା ବେଲୁନ ଉଡ଼ିଥିଲା।

 

Comments are closed.