ଆସିଲା ସିବିଏସ୍‌ସି ବୋର୍ଡ ପରୀକ୍ଷା ସୂଚୀ, ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍

0

ଭୁବନେଶ୍ବର, ୨।୨: ସିବିଏସ୍‌ଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ସୂଚୀ ଘୋଷଣା ହୋଇଛି। ମେ ୪ ତାରିଖରୁ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ସୂଚୀ ସିବିଏସଇ ଓ୍ବେବ୍ ସାଇଟ୍‌ରେ ଉପଲବ୍‌ଧ ହେଉଛି । ଛାତ୍ରଛାତ୍ରୀମାନେ ସହଜରେ ଓ୍ବେବସାଇଟ୍‌ରୁ ପରୀକ୍ଷା ସୂଚୀ ପାଇପାରିବେ।  କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍‌ ଆଜି ଏହି ଘୋଷଣା କରିଛନ୍ତି।

ମେ ୪ରୁ ଆରମ୍ଭ ହେବାକୁ ଥିବା ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଜୁନ୍ ୧୦ ତାରିଖ ମଧ୍ୟରେ ସରିବ। ପରୀକ୍ଷା ଫଳାଫଳ ଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସୂଚନା ଦେଇଛନ୍ତି। ତେବେ, ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଅଫ୍‌ଲାଇନରେ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ମାର୍ଚ୍ଚ ୧ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଥିଓରୀ ପରୀକ୍ଷା ଯାଏଁ ସ୍କୁଲରେ ପ୍ରାକ୍ଟିକାଲ ଲାଗି ଅନୁମତି ଦିଆଯିବ।

Leave A Reply

Your email address will not be published.