୯ରୁ ଚିଲିକାରେ ଚାଲିବ ହାଉସ୍‌ବୋଟ୍ ‘ଗରୁଡ଼’

ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୭/୬: ପର୍ଯ୍ୟଟନର ଶ୍ରୀବୃଦ୍ଧି ସାଙ୍ଗକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଚିଲିକାରେ ଆସନ୍ତା ଜୁନ୍‌ ୯ ତାରିଖରୁ ଚାଲିବ ହାଉସ୍‌ବୋଟ୍‌। ଏହା ହେଉଛି ରାଜ୍ୟରେ ପ୍ରଥମଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ ଏନେଇ ଏହାର ପରିଚାଳନା ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା ବିକାଶ ଇକୋ ରିସୋର୍ଟସ୍‌ ପକ୍ଷରୁ ସୂଚନା ଦିଆଯାଇଛି ବୋଟ୍‌ ରହଣୀ କୂଳରେ ପାନୀୟ ଜଳ ଏବଂ ବିଦ୍ୟୁତ୍‌ ବ୍ୟବସ୍ଥା ପାଇଁ ଏହି ପ୍ରକଳ୍ପ ଅଟକିଥିଲାଗତ ମେ୨୫ରେ ପର୍ଯ୍ୟଟନ ବିଭାଗ ସଚିବ ଓ ନିର୍ଦ୍ଦେଶକଙ୍କ ସମୀକ୍ଷା ପରେ ଜୁନ୍‌ରୁ ବୋଟ୍‌ ଚାଲିବ ବୋଲି କହିଥିଲେ ଏବେ ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଯାଉଛି

ମିଳିଥିବା ସୂଚନା ମୁତାବକ ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁଜ ସଂକେତ ମିଳିସାରିଛି ପର୍ଯ୍ୟଟକଙ୍କ ଖୁସି ଏବଂ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ ସହ ସବୁ ପ୍ରକାରର ସୁବିଧା ବୋଟ୍‌ରେ ଉପଲବ୍ଧ ରହିଛି ବୋଟ୍‌ ତଥା ଏହି ପ୍ରକଳ୍ପର ନାଁ ଗରୁଡ଼ରଖାଯାଇଛି । ଡବଲ୍‌ ଇଞ୍ଜିନ୍‌ ବିଶିଷ୍ଟ ଏହି ବୋଟ୍‌ର ଲମ୍ବା ୧୦୫ଫୁଟ୍‌, ଓସାର ୨୨ଫୁଟ୍‌ । ଚିଲିକାର ଜଳବାୟୁ ଓ ପରିବେଶ ଅନୁଯାୟୀ ଏହାର ଡିଜାଇନ୍‌ କରାଯାଇଛି । ବୋଟ୍‌ର ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର୍‌ ସହିତ ଲାଉଞ୍ଜ ଅଛି । ଏଠାରେ ୩୦ଜଣ ଲୋକ ଏକାଠି ହୋଇପାରିବେ । ବୋଟ୍‌କୁ ଏକକାଳୀନ ୬ ଦମ୍ପତି ବୁକ୍‌ କରିପାରିବେ । ପ୍ୟାକେଜ୍‌ ଅନୁସାରେ ସମସ୍ତେ ୨୪ଘଣ୍ଟାର ମଜା ନେଇପାରିବେ ।

ସେଥିରେ ସ୍ୱାସ୍ଥ୍ୟକାରୀ ସୁସ୍ୱାଦୁ ମଧ୍ୟାହ୍ନଭୋଜନ, ହାଇ ଟି, ରାତ୍ରିଭୋଜନ ଓ ସକାଳ ଜଳଖିଆ ମିଳିବ । ବୋଟ୍‌ରେ ଥିବା ପ୍ରାଇଭେଟ୍‌ ଲାଉଞ୍ଜରେ ୪ଟି ପ୍ରିମିୟମ ରୁମ୍‌ ରହିଛି । ଦୁଇଟି ସୁଟ୍‌ ରୁମ୍‌ରେ ନୀଳାମ୍ବୁ ଚିଲାକାର ମନୋରମ ଦୃଶ୍ୟକୁ ୧୮୦ଡିଗ୍ରୀରୁ ଉପଭୋଗ କରିପାରିବେ। ତାସାଙ୍ଗକୁ କିଙ୍ଗ ସାଇଜ୍‌ ବେଡ୍‌, ବସିବା ଲାଗି ଦିୱାନ୍‌(ରାଜକୀୟ ସୋଫା)ର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହାଛଡ଼ା ଦ୍ୱୀପରେ ପହଞ୍ଚିବା ପରେ ବୋଟ୍‌ରେ ଥିବା ଯାତ୍ରୀମାନେ ଅନ୍ୟାନ୍ୟ ସୁବିଧା ସବୁ ନେଇପାରିବେ।

ବେଳାଭୁମି କୂଳରେ ଛୋଟ ପିଲାମାନେ ବିଭିନ୍ନ ପ୍ରକାରର ଖେଳ ଖେଳିପାରିବେ। ବଡ଼ମାନେ ସନ୍‌ବାଥ୍‌ ଓ ମସାଜ୍‌, ଦୁଃସାହସିକ କ୍ରୀଡ଼ା, ବେଳାଭୂମି କ୍ରୀଡ଼ା, ମାଛ ଧରିବା, ପାଣିରେ ଦୋଳି ଖେଳିବା, ସମୁଦ୍ର କୂଳରେ ତମ୍ବୁଟାଣି କିଛି ସମୟ କଟାଇବାର ମଜା ନେବେ। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବୋଟ୍‌ରେ ଜୀବନ ସୁରକ୍ଷା ଉପକରଣ ରହିବ। ଜରୁରୀକାଳିନ ସ୍ଥାନାନ୍ତର ଲାଗି ବ୍ୟାକ୍‌ଅପ୍‌ ବୋଟ୍‌ ସୁବିଧା, ସେଫ୍ଟି ସେନ୍‌ସର୍ସ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିବ । ପରିବେଶ ସୁରକ୍ଷା ଲାଗି ବୋଟ୍‌ ଚାଲିବା ଦ୍ୱାରା ପ୍ରଦୂଷଣ ଓ ବର୍ଯ୍ୟବସ୍ତୁ ପରିଚାଳନାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।

Comments are closed.