ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍‌ ରେଜଲ୍ଟ

ଭୁବନେଶ୍ବର, ୨୪।୯: ସିଭିଲ୍ ସର୍ଭିସ ରେଜଲ୍ଟ ୨୦୨୦ ଆଜି ପ୍ରକାଶ ପାଇଛି। ୟୁପିଏସ୍‌ସି ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ଶୁଭମ୍ କୁମାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଭୋପାଳର ଜାଗୃତି ଅବସ୍ତି ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଅଙ୍କିତା ଜୈନ ତୃତୀୟ, ୟସ୍‌ ଜାଲୁକା ଚତୁର୍ଥ ଓ ମମତା ଯାଦବ ପଞ୍ଚମ ସ୍ଥାନରେ ରହିଛନ୍ତି। ଓଡ଼ିଶାର ଜୁବିନ ମହାପାତ୍ର ୪୬ତମ ସ୍ଥାନରେ ରହିଥିବା ବେଳେ ଆଶିଷ କୁମାର ୫୨, ଶୁଭଙ୍କର ବଳ ୭୯, ରୀନା ପ୍ରଧାନ ୧୯୪, ପୂର୍ବି ନନ୍ଦ ୨୪୪, ନବଜ୍ୟୋତି ମିଶ୍ର ୩୯୫, ବବିତାରାଣୀ ସ୍ୱାଇଁ ୪୬୪, ଅଙ୍କିତ ମିଶ୍ର ୫୨୨, ସୁଧାଂଶୁ ନାୟକ ୬୨୦ ଓ ଜିତେନ୍ଦ୍ର କୁମାର ମିଶ୍ର ୬୫୮ତମ ସ୍ଥାନରେ ରହିଛନ୍ତି।

ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୭୬୧ ଜଣଙ୍କ ମଧ୍ୟରୁ ୨୬୩ ଜଣ ଜେନେରାଲ୍‌ କ୍ୟାଟେଗୋରିରେ ରହିଥିବା ବେଳେ ୨୨୯ ଜଣ ଓବିସି, ୧୨୨ ଜଣ ଏସ୍‌ସି, ୮୬ ଜଣ ଇଡବ୍ଲ୍ୟୁଏସ୍‌ ଓ ଏସ୍‌ଟିରେ ୬୧ ଜଣ ଅଛନ୍ତି। ସେହିପରି ୧୫୦ ଜଣ ରିଜର୍ଭ ତାଲିକାରେ ରହିଛନ୍ତି। ସେଥିରୁ ୭୫ ଜଣ ଜେନେରାଲ୍, ୧୫ ଜଣ ଇଡବ୍ଲ୍ୟୁଏସ୍‌, ୫୫ ଜଣ ଓବିସି, ୫ଜଣ ଏସ୍‌ସି ଓ ଜଣେ ଏସ୍‌ଟି ରହିଛନ୍ତି। ଶ୍ରେଷ୍ଠ ୨୫ ଜଣଙ୍କ ମଧ୍ୟରୁ ୧୩ ଜଣ ପୁରୁଷ ଓ ୧୨ ଜଣ ମହିଳା ରହିଛନ୍ତି। www.upsc.gov.in ୱେବସାଇଟରେ ରେଜଲ୍ଟ ଦେଖି ହେବ।

Comments are closed.