‘ଜୀବନବ୍ୟାପୀ ସାଧନା ସମ୍ମାନ’ ନେଇ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର, ୬।୯: ନୂଆଦିଲ୍ଲୀରୁ ଜୀବନବ୍ୟାପୀ ସାଧନା ସମ୍ମାନନେଇ ଭୁବନେଶ୍ୱର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ପ୍ରିୟ ନେତାଙ୍କୁ ନିଜ ମାଟିରେ ସ୍ୱାଗତ କରିବା ପାଇଁ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଅସମ୍ଭବ ଉତ୍ସାହ ଦେଖିବାକୁ ମିଳିଥିଲା ବିମାନବନ୍ଦରରୁ ପାଛୋଟି ଆଣିବା ପାଇଁ ସେଠାରେ ପ୍ରବଳ ଭିଡ଼ ହୋଇଥିଲା ବିମାନବନ୍ଦରରୁ ନବୀନ ନିବାସ ଯାଏ ସମଗ୍ର ଅଞ୍ଚଳ ଜନସମୁଦ୍ର ପାଲଟିଥିଲା ପାରମ୍ପରିକ ନାଚଗୀତ ବାଦ୍ୟଯନ୍ତ୍ରରେ କମ୍ପିଥିଲା ଅଞ୍ଚଳ ମୁଖ୍ୟମନ୍ତ୍ରୀ ହାତ ହଲାଇ ଶୁଭେଚ୍ଛା ଗ୍ରହଣ କରୁଥିଲା ବେଳେ ସେଠାରେ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା ସେମାନଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଝଲକ ପାଇବା ପାଇଁ ପାଗଳ ହୋଇଯାଇଥିଲେ ହଜାର ହଜାର କର୍ମୀ

ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଘଣ୍ଟାଏ ବିଳମ୍ବରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିଥିଲେ ଦିନ ୧୨.୧୫ ରେ ପୁରୁଣା ବିମାନବନ୍ଦର ଟର୍ମିନାଲ୍ ରୁ ନବୀନ ବାହାରକୁ ଆସିବା ବେଳେ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ତାଙ୍କୁ ପାଛୋଟି ଆଣିଥିଲେ ବାହାରେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲା ହାଇଟେକ୍ ବସ ଯାହା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାରରେ ବ୍ୟବହାର ହୋଇଥିଲା ନବୀନ ସେହି ବସ୍ ରେ ବସି ଆଗକୁ ବଢ଼ିଥିଲେ ବିଜୁ ପଟ୍ଟନାୟକ ଛକରେ ବସ୍ ରହିଥିଲା ଏବଂ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବସ୍ ନବୀନ ନିବାସ ଅଭିମୁଖେ ଗଢ଼ିଥିଲା ଜୟ ନବୀନ ଧ୍ୱନି ସହ ହଜାର ହଜାର କର୍ମୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ବସ୍ ଛାତ ଉପରୁ ହାତ ହଲାଇ ସମସ୍ତଙ୍କ ଶୁଭେଚ୍ଛା ଗ୍ରହଣ କରୁଥିଲେ

ମଝିରେ ମଝିରେ କର୍ମୀଙ୍କୁ ସମ୍ବୋଧିତ କରୁଥିଲେ ମୁଖ୍ୟମନ୍ତ୍ରୀ ବର୍ଷା ସତ୍ତ୍ୱେ ଆପଣମାନେ ଏତେ ସଂଖ୍ୟାରେ ଏଠାକୁ ଆସିଥିବାରୁ ଧନ୍ୟବାଦ ମୋର ଏହି ସମ୍ମାନ ପାଇବାରେ ଆପଣମାନେ ଖୁସି ତ? ମୁଁ ବି ବହୁତ ଖୁସି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ

ନବୀନ ନିବାସ ପାଖରେ ଏହି ବିଶାଳ ପଟୁଆର ପହଞ୍ଚିଥିଲା ଅପରାହ୍ନ ୧. ୧୫ ମିନିଟରେ ବର୍ଷା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇ ପଟୁଆର ଯାତ୍ରାରେ ସାମିଲ ହେବା ପାଇଁ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲାମୁଖ୍ୟମନ୍ତ୍ରୀଙ୍କୁ ଟିକେ ଦଖିବା ପାଇଁ କର୍ମୀମାନଙ୍କର ବ୍ୟାକୁଳତା ବାରି ହୋଇଯାଉଥିଲା

Leave A Reply

Your email address will not be published.