୨୦ରେ ନୂଆ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ଦେବେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୧୮/୦୨: ନବ ନିଯୁକ୍ତ ଅଧ୍ୟାପକମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ। ଆସନ୍ତା ୨୦ରେ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ହଲ୍‌ଠାରେ ଏହି ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମ କରାଯିବ। କାର୍ଯ୍ୟକ୍ରମରେ ସରକାରୀ ମହାବିଦ୍ୟାଳୟ ଓ ଶିକ୍ଷକ ଶାଖା ମହାବିଦ୍ୟାଳୟର ନବ ନିଯୁକ୍ତ ସହକାରୀ ପ୍ରାଧ୍ୟାପକ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟାପକମାନେ ଯୋଗଦେଇ ନିଯୁକ୍ତିପତ୍ର ଗ୍ରହଣ କରିବେ।

କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ରମାକାନ୍ତ ନାୟକ ମୋ କଲେଜର ଅଧକ୍ଷ, ଉଚ୍ଚଶିକ୍ଷା ବିଭାଗର ଉପଦେଷ୍ଟା, ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ସଭ୍ୟ ସଚିବ, ଉଚ୍ଚଶିକ୍ଷା ବିଭଗର ନିର୍ଦ୍ଦେଶକ, ସମସ୍ତ ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ବିଭାଗର ସମସ୍ତ ଡେପୁଟି ସଚିବ ଓ ଡେପୁଟି ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି। ଦୀର୍ଘ ଦିନ ହେବ ଏହି ପଦବିଗୁଡ଼ିକ ଖାଲି ପଡ଼ିଥିଲା। ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ଦ୍ୱାରା ପରୀକ୍ଷା କରାଯିବା ଦ୍ୱାରା ଏହି ପଦବିଗୁଡ଼ିକ ପୂରଣ ହୋଇଛି।

 

Leave A Reply

Your email address will not be published.