ରାଜ୍ୟରେ ୫୦୦ ଟପିଲା ଦୈନିକ ସଂକ୍ରମଣ

0

ଭୁବନେଶ୍ଵର, ୯।୭: ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍। ହୁ ହୁ ହୋଇ ବଢ଼ିଲାଣି ସଂକ୍ରମିତଙ୍କ ସଂଖ୍ୟା। ୫୦୦ ଟପିଲା ଦୈନିକ ସଂକ୍ରମଣ। ୟେଲୋ ଜୋନ୍‌କୁ ଫେରିଲା ଖୋର୍ଦ୍ଧା ଜିଲ୍ଲା। ଏବେ ସଂକ୍ରମିତଙ୍କ ସଂଖ୍ୟା ୧୩୪୫ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୦୦ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୧୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୫୯ ଜଣ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୨୯୨୮ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

୨୨ ଜିଲ୍ଳାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୭ ଜଣ, କଟକରୁ ୮୯ ଜଣ, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୯ ଜଣ ଲେଖାଁଏ, ସୋନପୁରରୁ ୧୫ ଜଣ, ଯାଜପୁରରୁ ୧୦ ଜଣ, ଜଗତସିଂହପୁରରୁ ୮ ଜଣ, ଝାରସୁଗୁଡ଼ାରୁ ୭ ଜଣ, ସମ୍ବଲପୁରରୁ ୬ ଜଣ, କେନ୍ଦ୍ରାପଡ଼ା ଓ ମାଲକାନଗିରି ଜିଲ୍ଲାରୁ ୩ ଜଣ ଲେଖାଁଏ, ଦେବଗଡ଼, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଁଏ, ଅନୁଗୁଳ, ବରଗଡ଼, ଭଦ୍ରକ, କଳାହାଣ୍ଡି ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍‌ରୁ ୫୧ ଜଣ ଆକ୍ରାନ୍ତ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୯୨୯୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୨୭୯୫ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୮୦୯୫୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୩୨୨୧୩୦୫୭ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave A Reply

Your email address will not be published.